ପୁଲଓ୍ଵାମା ଆକ୍ରମଣ: ଆମାଜନ୍‌ରୁ କିଣାଯାଇଥିଲା ବିସ୍ଫୋରଣ ପାଇଁ ବମ୍‌ ତିଆରି ଉପକରଣ ଓ କେମିକାଲ

ଆଜି ପୁଲଓ୍ଵାମା ଆକ୍ରମଣକୁ ପୂରିଛି ୨ ବର୍ଷ। ୧୪ ଫେବ୍ରୁଆରୀ ୨୦୧୯ରେ ଯେତେବେଳେ ସାରା ଦେଶ ଭାଲେଣ୍ଟାଇନ୍‌ସ ଡେ’ ପାଳନ କରିବାରେ ବ୍ୟସ୍ତ ଥିଲା, ସେତେବେଳେ ଦିନ ପ୍ରାୟ ସାଢ଼େ ୩ଟାରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ୨୫୦୦ ଜଣ ଯବାନ ୭୮ଟି ବସ୍‌ରେ ଯାଉଥିବା ବେଳେ ରାସ୍ତାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଦେଶର ୪୦ ଜଣ ସାହସୀ ବୀର ଯବାନ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ପୂରା ଦେଶ କେବଳ ଗୋଟିଏ ପ୍ରଶ୍ନ କରୁଥିଲା, ଏତେ ପରିମାଣର ବାରୁଦ ଆସିଲା କୋଉଠୁ?

ମାର୍ଚ୍ଚ ୨୦୨୦ରେ ଜାତୀୟ ତଦନ୍ତ ଏଜେନ୍ସି (ଏନ୍‌ଆଇଏ)ଏକ ରିପୋର୍ଟରେ କହିଥିଲା ଯେ ପୁଲଓ୍ଵାମା ଆକ୍ରମଣରେ ବମ୍‌ ତିଆରି କରିବାରେ ବ୍ୟବହୃତ ହୋଇଥିବା କେମିକାଲ ଇ-କମର୍ସ ସାଇଟ୍‌ ଆମାଜନ୍‌ରୁ କିଣାଯାଇଥିଲା। ଆକ୍ରମଣରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଏହି ସୂଚନା ମିଳିଥିଲା। ସେମାନେ କହିଥିଲେ ଯେ ଆଇଇଡି ତିଆରି କରିବାକୁ ଆବଶ୍ୟକ କେମିକାଲ, ବ୍ୟାଟେରୀ ଓ ଅନ୍ୟ ଜରୁରୀ ସାମଗ୍ରୀ ସେମାନେ ଆମାଜନରୁ କିଣିଥିଲେ।

ଅଭିଯୁକ୍ତମାନେ କହିଥିଲେ ଯେ ସେମାନେ ଜୈସ୍‌-ଏ-ମହମ୍ମଦର ନିର୍ଦ୍ଦେଶରେ ଆମାଜନରୁ ଏସବୁ ସାମଗ୍ରୀ ମଗାଇଥିଲେ। ଆମାଜନରୁ ଡେଲିଭରି ନେବା ପରେ ଇସ୍‌ଲାମ୍‌ ନାମକ ଜଣେ ବ୍ୟକ୍ତି ତାଙ୍କୁ ଏସବୁ ସାମଗ୍ରୀ ଦେଇଥିଲା। ଫଳରେ ସେମାନେ ଏତେ ବଡ଼ ବିସ୍ଫୋରଣ କରିବାରେ ସଫଳ ହୋଇଥିଲେ ଓ କେହି ଏନେଇ ସୁରାକ୍‌ ବି ପାଇପାରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.