ରାଜ୍‌ମା ଖାଇବାକୁ ଭଲ ପାଆନ୍ତି ଯଦି ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ କ୍ଷତିକାରକ

ରାଜ୍‌ମା ଖାଇବାକୁ କାହାକୁ ବା ପସନ୍ଦ ନ ଲାଗେ। ଅନେକ ଲୋକ ରାଜ୍‌ମା ତରକାରୀ ଖାଇବାକୁ ବେଶ୍‌ ପସନ୍ଦ କରିଥାଆନ୍ତି। ଏହା ପ୍ରୋଟିନ୍‌ରେ ଭରପୂର ଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଜ୍‌ମା ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ବି ପଡ଼ିପାରେ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।

ପେଟ ଯନ୍ତ୍ରଣା

ରାଜ୍‌ମାକୁ ଯଦି ଅଧିକ ମାତ୍ରାରେ ସେବନ କରାଯିବ, ତା’ହେଲେ ପେଟ ସମସ୍ୟା ଦେଖାଦେଇପାରେ। ଏପରି କି, ଡାଇରିଆ ଭଳି ସମସ୍ୟାକୁ ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଯେତେବେଳେ ବି ଆପଣ ରାଜ୍‌ମା ଖାଇବେ, ତ ଏହାକୁ ଯେପରି ଠିକ୍‌ ମାତ୍ରାରେ ସେବନ କରିବେ, ତାହା ଉପରେ ଧ୍ୟାନ ରଖିବେ।

ଆଇରନର ମାତ୍ରା ଅଧିକ ହେବା

ରାଜ୍‌ମାରେ ଆଇରନର ମାତ୍ରା ଅଧିକ ଥାଏ। କୁହାଯାଏ କି, ରାଜ୍‌ମାରୁ ୧୩ ଗ୍ରାମ ଆଇରନ ମିଳିଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆମ ଶରୀର ୨୫ରୁ ୩୮ ଗ୍ରାମ ଆଇରନ ଆବଶ୍ୟକ କରିଥାଏ। ଏହି ସ୍ଥିତିରେ ଯଦି ଆପଣ ଅଧିକ ଆଇରନ ସେବନ କରିବେ, ତା’ହେଲେ ଶରୀରରେ ଏହାର ମାତ୍ରା ବଢ଼ିଯିବ। ତେଣୁ କମ୍‌ ମାତ୍ରାରେ ରାଜ୍‌ମା ସେବନ କରନ୍ତୁ।

ଏହି କଥା ଉପରେ ରଖନ୍ତୁ ଧ୍ୟାନ

୧. ରାଜ୍‌ମାକୁ କଦାପି କଞ୍ଚା ଖାଆନ୍ତୁ ନାହିଁ।

୨. ରାଜ୍‌ମା ରାନ୍ଧିବା ପୂର୍ବରୁ ୪ ଘଣ୍ଟା ପାଣିରେ ଭଲ ଭାବେ ଭିଜେଇ ରଖନ୍ତୁ।

୩. ରାତିରେ କେବେ ବି ରାଜ୍‌ମା ଖାଇବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.