ରାଜ୍ୟ

ରାଜଧାନୀରେ ପୁଣି ୧୭ କରୋନା ଆକ୍ରାନ୍ତ ଚିହ୍ନଟ, ସୂଚନା ଦେଲା BMC, ଜାଣନ୍ତୁ କେଉଁ କେଉଁ ଅଞ୍ଚଳର ଏମାନେ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ପୁଣି ୧୭  କରୋନା ଆକ୍ରାନ୍ତ  ଚିହ୍ନଟ।  ଏମାନଙ୍କ ମଧ୍ୟରେ ଅଛନ୍ତି ରେଳ ବିଭାଗର ୭ ଜଣ ଅଧିକାରୀ। ଏହି ଅଧିକାରୀ ମାନଙ୍କ ବୟସ ୩୬,୪୦,୩୧,୪୦,୩୫,୩୬,୩୬। ସେହିଭଳି  ଭୀମପୁର ଏୟାରପୋର୍ଟ ଅଞ୍ଚଳରୁ ଜଣେ  ୩୪ ବର୍ଷୀୟ ପୁରୁଷ ଓ ୬୨ ବର୍ଷୀୟ ମହିଳା ଚିହ୍ନଟ ହୋଇଛନ୍ତି। ସେମାନେ ପୂର୍ବରୁ ଦିଲ୍ଲୀ ଫେରନ୍ତାଙ୍କ ସଂସ୍ପର୍ଷ ଆସିଥିଲେ।  ସେହିପରି ଭୀମପୁର ଶକ୍ତି ହସ୍ପିଟାଲ ନିକଟ ୬୪ ବର୍ଷୀୟ ପୁରୁଷଙ୍କ ଠାରେ କରୋନା ଭୂତାଣୁ  ଦେଖା ଦେଇଛି। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ।ସେହିଭଳି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀରେ ଜଣେ ୨୫ ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି। ନିକଟରେ  ସେ ଦିଲ୍ଲୀରୁ ଫେରିଛନ୍ତି।

ସେହିଭଳି ନୂଆପଲ୍ଲୀ ଶବର ସାହିରୁ ଜଣେ  ୨୦ ବର୍ଷୀୟ ଯୁବତୀ ଓ ଜଣେ ୧୫ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ସେମାନଙ୍କର  ନକଟରେ ଦିଲ୍ଲୀ ଟ୍ରାଭେଲ ହିଷ୍ଟ୍ରୀ ରହିଛି। ସେହିଭଳି ଆଉ ଜଣେ ପେଡ କ୍ବାରେଣ୍ଟାଇନରେ ଥିବା ୨୪ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ନିକଟରେ ସେ ଦିଲ୍ଲୀ ଫେରନ୍ତା  ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିଲେ ବୋଲି ସୂଚନା ରହିଛି। ସେହିଭଳି ନହରକଣ୍ଟା କେନାଲ ରୋଡ ନିକଟରେ ଜଣେ ୨୭ ବର୍ଷୀୟ ପୁରୁଷ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

ସେହିଭଳି ଜଣେ କେନ୍ଦ୍ର ସରକାରୀ ଡାକ୍ତରଖାନାର ୩୨ ବର୍ଷୀୟ  କର୍ମଚାରୀଙ୍କ ଠାରେ  କରୋନା ଭୂତାଣୁ ଚିହ୍ନଟ  ହୋଇଛି। ସେହିଭଳି ଜୟଦେବ ବିହାର ଶରଣାପଲ୍ଲୀର ୩୭ ବର୍ଷୀୟ ମହିଳାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି।  ଏହି ମହିଳା ପୂର୍ବରୁ ଜଣେ ପ୍ରାଇଭେଟ ହସ୍ପିଟାଲର ଜଣେ କର୍ମଚାରୀଙ୍କ ସଂସ୍ପର୍ଷରେ ଆସିଥିଲେ ଯିଏ ପରେ କରୋନା ପଜେଟିଭ ବୋଲି ଜଣା ପଡିଥିଲେ। ଏମାନଙ୍କୁ ମିଶାଇ ବର୍ତ୍ତମାନ ଭୁବନେଶ୍ବରରେ  ୧୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସୁସ୍ଥ ହୋଇଛନ୍ତି ୮୧ ଜଣ। ମ୍‌ତ୍ୟୁ ବରଣ କରିଛନ୍ତି ୩ ଜଣ।  ବାକି ଆକ୍ଟିଭ କେସ ୬୪ ରହିଛି ବୋଲି ସୂଚନା ଦେଇଛି ବିଏମସି।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

13 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

19 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

33 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago