ରାଜ୍ୟ

ଭୁବନେଶ୍ବରରୁ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ

ଭୁବନେଶ୍ବରରୁ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ ଗିରଫ । ୨ ଜଣଙ୍କୁ ଧରିଛି କମିଶନରେଟ ପୋଲିସ । ରାଜ୍ୟ ବାହାରୁ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ୨ ଲକ୍ଷ ୧୫ ହଜାର ଟଙ୍କା, ଗାଡ଼ି ଓ ୩ଟି ମୋବାଇଲ୍ ଫୋନ୍ । ଜଣେ ଅଭିଯୁକ୍ତର ନାଁ ଦୀନେଶ କୁମାର ଶାହ ଓ ଘର ଗୁଜରାଟରେ । ଅନ୍ୟ ଲୁଟେରା ହରିୟାଣାର ପୱନ କୁମାର । ଲୁଟ୍ କରିବା ପରେ ଫ୍ଲାଇଟରେ ରାଜ୍ୟ ବାହାରକୁ ଚାଲି ଯାଆନ୍ତି ସେମାନେ । ସେଠାରୁ ନୂଆ ଗାଡି କିଣି ଲୁଟ୍ କରନ୍ତି ।

ରାଜ୍ୟ ରାଜ୍ୟ ବୁଲି ଆପାର୍ଟମେଣ୍ଟରୁ ଲୁଟ୍ କରନ୍ତି । ଦିନରେ ବୁଲି ବୁଲି ରେକି କରନ୍ତି ଓ ରାତି ହେଲେ ପାଚେରୀ ଡେଇଁ ଘରେ ପଶନ୍ତି ଲୁଟେରା । ୧୦ ମିନିଟରେ ଘରୁ ସୁନା, ଗହଣା ଓ ଟଙ୍କା ନେଇ ଛୁ ମାରନ୍ତି ଅଭିଯୁକ୍ତ । ଏମାନଙ୍କ ନାଁରେ ଓଡ଼ିଶା, ଗୁଜୁରାଟ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ , ଉତ୍ତର ପ୍ରଦେଶ, ହରିଆଣାରେ ବିଭିନ୍ନ ଅଭିଯୋଗ ରହିଛି । ଗତବର୍ଷ ଡିସେମ୍ବର ୨୩ ତାରିଖରେ ଭୁବନେଶ୍ବର ନୟାପଲ୍ଲୀ ନିରୁପମା ଆପାର୍ଟମେଣ୍ଟରୁ ଲୁଟ୍ ହୋଇଥିଲା । ଅଭିଯୋଗକାରିଣୀ ଅନୁସା ମହାନ୍ତିଙ୍କ ଘରୁ ୧୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା ।

Niharanjan

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

30 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

37 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

39 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago