ଲାଇଫ୍ ଷ୍ଟାଇଲ୍

ଓଜନ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ସକାଳୁ ଉଠି କରନ୍ତୁ ଏହି କାମ, ମିଳିବ ଅନେକ ଲାଭ

ଓଜନ ବଢିବାକୁ ନେଇ ବର୍ତ୍ତମାନ ଅନେକ ଲୋକ ଚିନ୍ତିତ ଅଛନ୍ତି । ତେବେ ଲୋକମାନେ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କିନ୍ତୁ ଏଥିରୁ କିପରି ମୁକ୍ତି ପାଇବେ ବୁଝିପାରୁନାହାନ୍ତି । ଯଦି ଆପଣ ମଧ୍ୟ ନିଜର ବଢୁଥିବା ଓଜନକୁ ନେଇ ଚିନ୍ତିତ ଏବଂ ବହୁତ ଚେଷ୍ଟା କରିବା ପରେ ମଧ୍ୟ ଓଜନ କମ୍‌ ହେଉନାହିଁ, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହାକୁ ନେଇ କିଛି ବିଶେଷଜ୍ଞ ୫ଟି ଉପାୟ ଦେଇଛନ୍ତି ଯାହା ଦ୍ୱାରା ଆପଣ ନିଜ ଓଜନ କମ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ସେହି ସବୁ ଉପାୟ କ’ଣ ରହିଛି ।

ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ କରନ୍ତୁ :

ଯେତେବେଳେ ଆପଣ ଶୀଘ୍ର ଉଠିବେ, ସେତେବେଳେ ଆପଣଙ୍କ ଭିତରେ ଏକ ପ୍ରକାରର ଉର୍ଜା ରହିଥାଏ । ଏହା ବ୍ୟତୀତ ଆପଣଙ୍କ ମେଟାବୋଲିଜିମ୍ ଉନ୍ନତି ହୋଇଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, ଏହା ସହ ଆପଣ ଖୁସି ମଧ୍ୟ ହୋଇଥାନ୍ତି, ଯାହା ଫଳରେ ଆପଣ ଆପଣଙ୍କ ପୂରା ଦିନର କାର୍ଯ୍ୟ ଠିକ୍‌ ଭାବେ ଶେଷ କରିପାରିବେ । ତେବେ ଏହି ସମସ୍ତ ଜିନିଷ ଆପଣଙ୍କୁ ସୁସ୍ଥ ଏବଂ ଫିଟ୍ ରଖିବାରେ ଅନେକ ସାହାଯ୍ୟ କରିଥାଏ ।

ଡିଟକ୍ସ ଓ୍ଵାଟର ପିଅନ୍ତୁ :

ସକାଳୁ ଉଠିବା ଏବଂ ଦାନ୍ତ ଘଷିବା ପରେ ଚା ’ପୂର୍ବରୁ ଉଷୁମ ପାଣି ପିଅନ୍ତୁ । ଯଦି ଆପଣ ଡିଟକ୍ସ ଓ୍ଵାଟର ପିଅନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଏକ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମହୁ ମିଶାଇ ପିଅନ୍ତୁ । ଏହି ପାଣି କେବଳ ଆପଣଙ୍କ ଶରୀରକୁ ଡିଟକ୍ସାଇଜ୍ କରେ ନାହିଁ ବରଂ ମେଟାବୋଲିଜିମ୍ ମଧ୍ୟ ବଢାଇଥାଏ ।

ସକାଳର ସୂର୍ଯ୍ୟ କିରଣରେ ବୁଲାବୁଲି କରନ୍ତୁ :

ଡିଟକ୍ସ ଓ୍ଵାଟର ପିଇବା ପରେ, ପ୍ରତିଦିନ ସକାଳୁ ଆପଣ ସୂର୍ଯ୍ୟ କିରଣରେ ବୁଲାବୁଲି କରିବା ଉଚିତ । ଏହା ଆପଣଙ୍କ ଶରୀରକୁ ଭିଟାମିନ୍ ଡି ଯୋଗାଇଥାଏ, ଏହା ମେଟାବୋଲିଜିମ୍ ମଧ୍ୟ ବଢାଇଥାଏ ଏବଂ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଯାହା ଦ୍ୱାରା ଆପଣଙ୍କ ଖାଦ୍ୟ ଭଲ ଭାବରେ ହଜମ ହୋଇଯାଏ । ଏହା ମଧ୍ୟ ଆପଣଙ୍କୁ ଷ୍ଟେସ୍‌ରୁ ମୁକ୍ତି ଦେଇଥାଏ ଏବଂ ଯାହା ଫଳରେ ଆପଣ ଦିନସାରା ଖୁସି ରହିଥାନ୍ତି ।

ମେଡିଟେସନ୍‌ କରନ୍ତୁ :

ପ୍ରାୟତଃ ଲୋକମାନେ ସକାଳୁ ଶୀଘ୍ର ଉଠି ମେଡିଟେସନ୍‌ କରିବାକୁ ସକ୍ଷମ ହୁଅନ୍ତି ନାହିଁ । ସେଥିପାଇଁ ନିଜ ପାଇଁ ଏକ ରୁଟିନ୍‌ ପ୍ରସ୍ତୁତ କରନ୍ତୁ ଯେ ବ୍ରଶ୍ କରିବା ପରେ ୧୦ ମିନିଟ୍ ପାଇଁ ମେଡିଟେସନ୍‌ କରିବେ । ତେବେ ମେଡିଟେସନ୍‌ ଆପଣଙ୍କ ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ସେହିପରି ମେଡିଟେସନ୍‌ କରିବା ପରେ ଆପଣ ପ୍ରତିଦିନ ଅଧ ଘଣ୍ଟା ଚାଲନ୍ତୁ । ତେବେ ପ୍ରତିଦିନ ଚାଲିବା ଦ୍ୱାରା ଆପଣଙ୍କ ଓଜନ ଧୀରେ ଧୀରେ କମିବା ଆରମ୍ଭ କରିଥାଏ ।

ଭରପୂର ପେଟ ବ୍ରେକ୍‌ ଫାଷ୍ଟ କରନ୍ତୁ :

ସକାଳୁ ଜଣେ ଲୋକ ଭରପୂର ବ୍ରେକ୍‌ ଫାଷ୍ଟ କରିବା ଉଚିତ୍ । ତେବେ ଭରପୂର ବ୍ରେକ୍‌ ଫାଷ୍ଟ ପାଇଁ ସର୍ବୋତ୍ତମ ସମୟ ସକାଳ ୭ ରୁ ୯ ହୋଇଥାଏ । ଏହା ସହ ଆପଣ ବ୍ରେକ୍‌ ଫାଷ୍ଟରେ କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍‌ ଯୁକ୍ତ ଖାଇବା ବଦଳରେ ଅଣ୍ଡା, ଚିକେନ୍, ଡ୍ରାଏ ଫୁଟସ୍‌, ଓଟ୍ସ ପରି ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହା ବ୍ୟତୀତ ଆପଣ ବ୍ରେକ୍‌ ଫାଷ୍ଟରେ ଫଳ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ । ଯାହା ଦ୍ୱାରା ଆପଣ ଫିଟ୍‌ ରହିବେ ଏବଂ ଓଜନ କମ୍‌ କରାଇବାରେ ଅନେକ ସାହାଯ୍ୟକାରୀ ହେବ ।

KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

2 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

19 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

33 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

46 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

47 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago