ମୋହନା(କେନ୍ୟୁଜ୍):ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ। ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ ବେଳେ ତାକୁ କାବୁ କରିଛି ପୋଲିସ। ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅଞ୍ଚଳ ରେ ଚନ୍ଦ୍ରଗିରି ଡାହାଣୀନାଳ ନିକଟରେ । ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଯାନ ବାହନ ଯାଞ୍ଚ କରୁଥିବା ବେଳେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସକୁ ସନ୍ଦେହରେ ଯାଞ୍ଚ କରିଥିଲେ। ଯାଞ୍ଚବେଳେ ଆମ୍ବୁଲାନ୍ସରେ ୭ କେଜି ଗଞ୍ଜେଇ ଥିବା ଜଣାପଡିଥିଲା ।
କେଶରୀଗୁଡା ପଞ୍ଚାୟତ ଢେକାବନ୍ଧ ର ମିଖାଏଲ ରାଇତ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କ ଭଣଜା ଏବଂ ସମ୍ପର୍କୀୟ ସହ ବ୍ରହ୍ମପୁର ଯାଉଥିଲେ, କୌଣସି ସୂତ୍ର ରୁ ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଆମ୍ବୁଲାନ୍ସ ଟିକୁ ଯାଞ୍ଚ କଲାବେଳେ ତା ମଧ୍ୟରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ଏହି ଗଞ୍ଜେଇ ବ୍ରହ୍ମପୁର ଚାଲାଣ ହେଉଥିବା ସୂଚନା ମିଳିଛି।
ଜବତ ଆମ୍ବୁଲାନ୍ସ ଟିରେ ବ୍ରହ୍ମପୁର ଖ୍ରୀଷ୍ଟିଆନ ହସ୍ପିଟାଲ ର ନାମ ଫଳକ ଥିବା ଦେଖା ଯାଇଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଡ୍ରାଇଭର କରଞ୍ଜସାହି ର ପ୍ରଶାନ୍ତ ମାଝୀ, କଣ୍ଟାସାରୁ ର ଜିଖରୀୟ ମଳିକ ଏବଂ ଡେକାବନ୍ଧ ଗ୍ରାମର ରୋଗୀ ମିଖାଏଲ ର ଭଣଞ୍ଜା ପାଉଲ ଦଳେଇ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…