ଗଞ୍ଜେଇ ଚୋରାଚାଲାଣ ନୂଆ ତରିକା ଆପଣାଇଛନ୍ତି ମାଫିଆ: ଆମ୍ବୁଲାନ୍ସରେ ନେଉଥିବା ସମୟରେ ଡ୍ରାଇଭର ଓ ସହଯୋଗୀ ସହ ରୋଗୀ ଭଣଜା ଗିରଫ

ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ ବେଳେ ତାକୁ କାବୁ କରିଛି ପୋଲିସ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚନ୍ଦ୍ରଗିରି ଡାହାଣୀନାଳ ନିକଟରେ

ମୋହନା(କେନ୍ୟୁଜ୍):ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ। ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ ବେଳେ ତାକୁ କାବୁ କରିଛି ପୋଲିସ। ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅଞ୍ଚଳ ରେ ଚନ୍ଦ୍ରଗିରି ଡାହାଣୀନାଳ ନିକଟରେ । ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଯାନ ବାହନ ଯାଞ୍ଚ କରୁଥିବା ବେଳେ  ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସକୁ ସନ୍ଦେହରେ ଯାଞ୍ଚ କରିଥିଲେ।  ଯାଞ୍ଚବେଳେ ଆମ୍ବୁଲାନ୍ସରେ ୭ କେଜି ଗଞ୍ଜେଇ ଥିବା ଜଣାପଡିଥିଲା ।

କେଶରୀଗୁଡା ପଞ୍ଚାୟତ ଢେକାବନ୍ଧ ର ମିଖାଏଲ ରାଇତ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କ ଭଣଜା ଏବଂ ସମ୍ପର୍କୀୟ ସହ ବ୍ରହ୍ମପୁର ଯାଉଥିଲେ, କୌଣସି ସୂତ୍ର ରୁ ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଆମ୍ବୁଲାନ୍ସ ଟିକୁ ଯାଞ୍ଚ କଲାବେଳେ ତା ମଧ୍ୟରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ଏହି ଗଞ୍ଜେଇ ବ୍ରହ୍ମପୁର ଚାଲାଣ ହେଉଥିବା ସୂଚନା ମିଳିଛି।

ଜବତ ଆମ୍ବୁଲାନ୍ସ ଟିରେ ବ୍ରହ୍ମପୁର ଖ୍ରୀଷ୍ଟିଆନ ହସ୍ପିଟାଲ ର ନାମ ଫଳକ ଥିବା ଦେଖା ଯାଇଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଡ୍ରାଇଭର କରଞ୍ଜସାହି ର ପ୍ରଶାନ୍ତ ମାଝୀ, କଣ୍ଟାସାରୁ ର ଜିଖରୀୟ ମଳିକ ଏବଂ ଡେକାବନ୍ଧ ଗ୍ରାମର ରୋଗୀ ମିଖାଏଲ ର ଭଣଞ୍ଜା ପାଉଲ ଦଳେଇ କୁ ଗିରଫ କରି କୋର୍ଟ ଚାଲାଣ କରିଛି।