ତୃତୀୟ ଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନ୍ସନ, କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଲାଗି ନିର୍ମାଣ ହେବ ହଷ୍ଟେଲ। ଶହେ ସିଟ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ମିଳିଛି ଅନୁମୋଦନ।
କେନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ବଜେଟକୁ ଅନୁମୋଦନ ମିଳିଛି । ଏହାସହ ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର। ଗଣଶିକ୍ଷା ବିଭାଗରେ ଛୁଟିରେ କିମ୍ବା ଟ୍ରେନିଂରେ ଗଲେ ଖାଲି ପଡୁଥିବା ପଦବୀ ପୂରଣ ପାଇଁ ଲିଭ୍ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ ତିଆରି ହୋଇଛି। ସରକାରୀ ଉଚ୍ଚ ବିଦ୍ୟାଳୟମାନଙ୍କରେ ୬୦୨୫ LTR ପଦବୀ ସୃଷ୍ଟି କରାଯିବ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଲାଗି ନିର୍ମାଣ ହେବ ହଷ୍ଟେଲ। ଶହେ ସିଟ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ମିଳିଛି ଅନୁମୋଦନ। ଓଡ଼ିଶା ପେନ୍ସନ ରୁଲ ୧୯୯୨ ସଂଶୋଧନକୁ ମିଳିଛି କ୍ୟାବିନେଟ ଅନୁମୋଦନ।
ଆଗାମୀ ୫ବର୍ଷ ପାଇଁ ଡ୍ରେନେଜର ଉନ୍ନତି କାର୍ଯ୍ୟକ୍ରମ ଯୋଜନାକୁ ୧୪ଶହ କୋଟି ଟଙ୍କାକୁ କ୍ୟାବିନେଟ ଅନୁମୋଦନ କରାଯାଇଛି। ଏହାଦ୍ୱାରା ୬୯୬୯କିମି ଦୈର୍ଘର ଡ୍ରେନେଜ ଚ୍ୟାନେଲର ଖନନ ଓ ନବୀକରଣ କରାଯିବ। ଭୁବନେଶ୍ୱରରେ ଜଳ ଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ। ୧୩୦ ମିଲିୟନ କ୍ଷମତା ବିଶିଷ୍ଟ ଜଳବିଶୋଧନ ପ୍ଲାଣ୍ଟ ଲାଗି ଟେଣ୍ଡରକୁ ଅନୁମୋଦନ ମିଳିଛି। ତୃତୀୟ ଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନ୍ସନ। ଏକମାତ୍ର ଉତ୍ତାଧିକାରୀ ହୋଇଥିଲେ ଅବିବାହିତ ଝିଅ ଭାବେ ବିବେଚିତ ହୋଇ ପରିବାର ପେନ୍ସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଜେଲରେ କୌଣସି କାରଣରୁ କଏଦୀଙ୍କ ମୃତ୍ୟୁହେଲେ ତାଙ୍କ ପରିବାରକୁ ମିଳିବ କ୍ଷତିପୂରଣ।