ବ୍ରହ୍ମପୁର (କେନ୍ୟୁଜ): ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ସଦର ଥାନା କାଳୁଆ ଛକ ନିକଟରେ ଏକ ପଥର କ୍ୱାରିରେ ଏହି ଅଘଟଣ ଘଟିଛି । ଏଠାରେ ଏକ ପଥର କୁଆଁରୀରେ ଥିବା ଏକ ବଡ଼ ପଥର ତଳେ ଚାପି ହୋଇ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି । ମୃତକ ହେଲେ ଦିଗପହଣ୍ଡି ଥାନା ପିଲିକାଡିହା ଗାଁର ଗୋବିନ୍ଦ ମଲିକ ଓ ଜଗା ମଲିକ । ଏହି ଘଟଣାରେ ଦୁଇ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ମହୁରୀକାଳୁଆ ଛକ ରାସ୍ତାରେ ଥିବା ଏକ ଗ୍ରାନାଇଟ୍ ଫ୍ୟାକ୍ଟ୍ରିରେ ସନ୍ଧ୍ୟାରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ହଠାତ୍ ଏକ ବଡ଼ ପଥର ଖଣ୍ଡ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ଦୁଇଜଣ ଶ୍ରମିକ ତଳେ ଚାପି ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଥିଲେ। ଆହତମାନେ ହେଲେ ନଳିହାଡ଼ ଗ୍ରାମର କୃଷ୍ଣ ବେହେରା ଓ ଆର୍.ଉଦୟଗିରି ଥାନା ଅନ୍ତର୍ଗତ କଇଠଢ଼ିପ ଗ୍ରାମର ସୁଦର୍ଶନ ବଡ଼ରଇତ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଫ୍ୟାକ୍ଟ୍ରି ମାଲିକ ମୃତକଙ୍କ ପରିବାରବର୍ଗଙ୍କୁ ଖବର କରିଥିଲେ। ମୃତକଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି।
ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…
ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…
ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…
ବାଲେଶ୍ୱର (କେନ୍ୟୁଜ୍): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…
ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…
କେନ୍ୟୁଜ୍: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…