ଗ୍ରାନାଇଟ୍ ୟୁନିଟରେ ଅଘଟଣ : ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ସଦର ଥାନା କାଳୁଆ ଛକ ନିକଟରେ ଏକ ପଥର କ୍ୱାରିରେ ଏହି ଅଘଟଣ ଘଟିଛି । ଏଠାରେ ଏକ ପଥର କୁଆଁରୀରେ ଥିବା ଏକ ବଡ଼ ପଥର ତଳେ ଚାପି ହୋଇ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି ।

ବ୍ରହ୍ମପୁର (କେନ୍ୟୁଜ): ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ସଦର ଥାନା କାଳୁଆ ଛକ ନିକଟରେ ଏକ ପଥର କ୍ୱାରିରେ ଏହି ଅଘଟଣ ଘଟିଛି । ଏଠାରେ ଏକ ପଥର କୁଆଁରୀରେ ଥିବା ଏକ ବଡ଼ ପଥର ତଳେ ଚାପି ହୋଇ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି । ମୃତକ ହେଲେ ଦିଗପହଣ୍ଡି ଥାନା ପିଲିକାଡିହା ଗାଁର ଗୋବିନ୍ଦ ମଲିକ ଓ ଜଗା ମଲିକ । ଏହି ଘଟଣାରେ ଦୁଇ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ମହୁରୀକାଳୁଆ ଛକ ରାସ୍ତାରେ ଥିବା ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ସନ୍ଧ୍ୟାରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ହଠାତ୍‌ ଏକ ବଡ଼ ପଥର ଖଣ୍ଡ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ଦୁଇଜଣ ଶ୍ରମିକ ତଳେ ଚାପି ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଥିଲେ। ଆହତମାନେ ହେଲେ ନଳିହାଡ଼ ଗ୍ରାମର କୃଷ୍ଣ ବେହେରା ଓ ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ କଇଠଢ଼ିପ ଗ୍ରାମର ସୁଦର୍ଶନ ବଡ଼ରଇତ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଫ୍ୟାକ୍ଟ୍ରି ମାଲିକ ମୃତକଙ୍କ ପରିବାରବର୍ଗଙ୍କୁ ଖବର କରିଥିଲେ। ମୃତକଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.