Below header

ଏସିଆ କପ୍ ସୁପର ୪ ରାଉଣ୍ଡ : ଆଜି ଶ୍ରୀଲଙ୍କା-ପାକ ମୁକାବିଲା, ଫାଇନାଲ୍ ଟିକେଟ ହାତେଇବାକୁ ସ୍ବତନ୍ତ୍ର ରଣନୀତି

ଆଜି ଶ୍ରୀଲଙ୍କା-ପାକିସ୍ତାନ ବିପକ୍ଷ ମ୍ୟାଚର ବିଜେତା ଦ୍ବିତୀୟ ଫାଇନାଲିଷ୍ଟ ହେବ । ଉଭୟ ଦଳ ଫାଇନାଲ୍ ଟିକେଟ ହାତେଇବାକୁ ସ୍ବତନ୍ତ୍ର ରଣନୀତି କରିଛନ୍ତି । ସୁପର-୪ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଭାରତ । ୨ଟି ମ୍ୟାଚରୁ ୨ଟି ବିଜୟ ସହ ୪ ପଏଣ୍ଟ ପାଇଛି । ଦ୍ବିତୀୟ ସ୍ଥାନରେ ଶ୍ରୀଲଙ୍କା ଓ ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି ।

(କେନ୍ୟୁଜ): ଏସିଆ କପରେ କିଏ ଯିବ ଫାଇନାଲ୍ ? ପ୍ରଥମ ଦଳ ଭାବରେ ଫାଇନାଲରେ ସ୍ଥାନ ପକ୍କା କରିଛି ଭାରତ । ଆଜି ଶ୍ରୀଲଙ୍କା-ପାକିସ୍ତାନ ବିପକ୍ଷ ମ୍ୟାଚର ବିଜେତା ଦ୍ବିତୀୟ ଫାଇନାଲିଷ୍ଟ ହେବ । ଏହି ମ୍ୟାଚ୍ କୌଣସି ସେମିଫାଇନାଲ୍ ଟକ୍କରଠାରୁ କମ୍ ନୁହଁ । ଉଭୟ ଦଳ ଫାଇନାଲ୍ ଟିକେଟ ହାତେଇବାକୁ ସ୍ବତନ୍ତ୍ର ରଣନୀତି କରିଛନ୍ତି । ସୁପର-୪ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଭାରତ । ୨ଟି ମ୍ୟାଚରୁ ୨ଟି ବିଜୟ ସହ ୪ ପଏଣ୍ଟ ପାଇଛି । ଦ୍ବିତୀୟ ସ୍ଥାନରେ ଶ୍ରୀଲଙ୍କା ଓ ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି । ଉଭୟ ଦଲ ୨ଟି ଲେଖାଏ ମ୍ୟାଚରୁ ଗୋଟିଏରେ ବିଜୟ ସହ ୨ ପଏଣ୍ଟ ଲେଖାଏ ପାଇଛନ୍ତି । ତେବେ ଶ୍ରୀଲଙ୍କାର ନେଟ୍ ରନ୍ ରେଟ୍ ଭଲ ରହିଛି ।

ତେଣୁ ଆଜିର ବିଜୟୀ ଟିମ୍ ୧୭ ତାରିଖରେ ଭାରତ ସହ ଫାଇନାଲ୍ ଖେଳିବ । ଆଜିର ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହେଲେ ଶ୍ରୀଲଙ୍କା ଫାଇନାଲ୍ ଟିକେଟ୍ ହାତେଇବ । ନେଟ୍ ରନ୍ ରେଟ୍ ଆଧାରରେ ସିଂହଳୀ ଦଳ ଯିବ ଫାଇନାଲ୍ । ପାକିସ୍ତାନ ଜିତିଲେ ପୁଣି ଥରେ ଭାରତ ସହ ଟାଇଟଲ୍ ପାଇଁ ଲଢ଼ିବ । ଏମିତି ହେଲେ ୧୭ ତାରିଖରେ ପୁଣି ଏକ ହାଇଭୋଲଟେଜ୍ ଟକ୍କର ଦେଖିବେ କ୍ରିକେଟ ଫ୍ୟାନ୍ ।

ଆସନ୍ତାକାଲି ସୁପର-୪ରେ ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍‌ ଗୁରୁତ୍ବହୀନ ହୋଇ ପଡ଼ିଛି । କାରଣ ବାଂଲାଦେଶ ନିଜର ପୂର୍ବ ଦୁଇ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ପାକିସ୍ତାନ ନିକଟରୁ ହାରି ସୁପର୍‌ ଫୋର୍‌ରେ ପଏଣ୍ଟ ଖାତା ‌‌ଖୋଲି ପାରିନାହିଁ । ଆଜି ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଅଧିକ ଚାପ ଓ ଚିନ୍ତାରେ ରହିଛି । କାରଣ ଦଳର ନେଟ୍‌ ରନ୍ ରେଟ୍‌ -୦.୮୯୨ ବହୁ ତଳେ ଥିବାବେଳେ ଶ୍ରୀଲଙ୍କା -୦.୨୦୦ ସାମାନ୍ୟ ଆଗରେ ଅଛି । ସେହି ଦୃଷ୍ଟିରୁ ଫାଇନାଲ ପ୍ରବେଶ ଆଶାରେ ଥିବା ପାକିସ୍ତାନ ଏକ ପୂର୍ଣ୍ଣ ମ୍ୟାଚ୍‌ ସହ ବିଜୟ ଆବଶ୍ୟକ କରିବ। ଶ୍ରୀଲଙ୍କାକୁ ନିଶ୍ଚିତ ବିଜୟ କିମ୍ବା ସମ୍ପୂର୍ଣ୍ଣ ବର୍ଷା ଫାଇନାଲ୍ ନେଇପାରିବ। ଭାରତ ନିକଟରୁ ୨୨୮ ରନ୍‌ରେ ହାରିବା ପାକିସ୍ତାନକୁ ଅଡୁଆରେ ପକାଇଛି । ୭୩ ପ୍ରତିଶତ ବର୍ଷା ଆଶଙ୍କା ଥିବାରୁ ଭାରତ-ପାକିସ୍ତାନ ଫାଇନାଲ୍‌ ଆଶାରେ ଥିବା ପ୍ରଶଂସକମାନେ ଦ୍ବନ୍ଦ୍ବରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.