ରାଜ୍ୟ

କାଲିଠୁ +୨ ପରୀକ୍ଷା: ସହଯୋଗ କରିବାକୁ ରାଜି ହେଲା କଲେଜ ଅଧ୍ୟାପକ ସଂଘ

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ +୨ ପରୀକ୍ଷା । ଏଥିରେ ସହଯୋଗ କରିବେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି ଅଧ୍ୟାପକ ସଂଘ । ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ଦାବିରେ ୬୬୨ ବର୍ଗ କଲେଜ ସଂଘର ଯୁକ୍ତ ଦୁଇ ପରୀକ୍ଷା ବର୍ଜନ ନିଷ୍ପତ୍ତି ନେଇଥିଲା ।

ଗତ ୧୫ ଦିନ ହେଲା ୪ ଦଫା ଦାବିରେ ୫ ହଜାର ଅଧ୍ୟାପକ ଓ ଜର୍ମଚାରୀମାନେ ଆହୋରତ୍ର ଆନ୍ଦୋଳନ କରି ଆସୁଥିଲେ । ସମାନ ଗ୍ରେଡ ପେ, ସମାନ ଦରମା ବୃଦ୍ଧି, gratuity ଓ ପେନସନ ପରିସର ଭୁକ୍ତ କରିବା ଓ ୨୦୧୮ ଜିଓରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଦେବା, ଅନୁଦାନରୁ ବାଦ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସର ଭୁକ୍ତ କରିବା ଆଦି ଦାବି ରହିଛି । ତୁରନ୍ତ ଦାବି ପୂରଣ ନ ହେଲେ ପରୀକ୍ଷା ବର୍ଜନ ପାଇଁ ସଂଘ ନିଷ୍ପତ୍ତି ନେଇଥିଲା ।

 

Barsha

Recent Posts

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ମୃତ, ୪ ଗୁରୁତର

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ତିନିଜଣଙ୍କ ଜୀବନ ଯାଇଛି । କରଞ୍ଜିଆର ମହୁଲଡିହା ଥାନା କୁଇଲିପାଳ ଗାଁରେ…

4 mins ago

୬ ମାସ ପାଇଁ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ୍‌, ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଦେଲେ କାରଣ

ଭୁବନେଶ୍ବର : ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ୬ ମାସ ପାଇଁ…

59 mins ago

ପ୍ରସ୍ତୁତ ହେଲାଣି ଜନତା ମୈଦାନ, ୧୦ ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର : ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତ ହେଲାଣି ଜନତା ମୈଦାନ । ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ…

2 hours ago

ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଚେଷ୍ଟା କଲେ ନୀତୀଶ କୁମାର, ମୋଦି ଧରି ପକାଇଲେ ହାତ

ଏନ୍‌ଡିଏ ସଂସଦୀୟ ଦଳ ବୈଠକରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଜୋର୍‌ଦାର ଭାଷଣ ଦେଇଥିଲେ । ସେ ନରେନ୍ଦ୍ର ମୋଦିଙ୍କୁ…

2 hours ago

ଜୀବନକୁ ବାଜି ଲଗାଇ ରିଲ୍‌ କରିବା ମହିଳାଙ୍କୁ ପଡିଲା ଭାରୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ

ଏବେ ଲୋକମାନଙ୍କର ସୋସିଆଲ ମିଡିଆରେ ଭାଇରାଲ ହେବା ନିଶା ପ୍ରବଳ । ସେଥିପାଇଁ ରିଲ୍‌ ତିଆରି ଆରମ୍ଭ କରିଛନ୍ତି ଲୋକମାନେ…

2 hours ago

ପୁରୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ଏସଆରସିଙ୍କ ଦ୍ବିତୀୟ ତଦନ୍ତ ବୈଠକ

ପୁରୀ : ପୁରୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଶ୍ରୀକ୍ଷେତ୍ରରେ ଭଉଁରୀଯାତ୍ରା ବେଳେ ବାଣ…

2 hours ago