କାଲିଠୁ +୨ ପରୀକ୍ଷା: ସହଯୋଗ କରିବାକୁ ରାଜି ହେଲା କଲେଜ ଅଧ୍ୟାପକ ସଂଘ

ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି ଅଧ୍ୟାପକ ସଂଘ । ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ +୨ ପରୀକ୍ଷା । ଏଥିରେ ସହଯୋଗ କରିବେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି ଅଧ୍ୟାପକ ସଂଘ । ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ଦାବିରେ ୬୬୨ ବର୍ଗ କଲେଜ ସଂଘର ଯୁକ୍ତ ଦୁଇ ପରୀକ୍ଷା ବର୍ଜନ ନିଷ୍ପତ୍ତି ନେଇଥିଲା ।

ଗତ ୧୫ ଦିନ ହେଲା ୪ ଦଫା ଦାବିରେ ୫ ହଜାର ଅଧ୍ୟାପକ ଓ ଜର୍ମଚାରୀମାନେ ଆହୋରତ୍ର ଆନ୍ଦୋଳନ କରି ଆସୁଥିଲେ । ସମାନ ଗ୍ରେଡ ପେ, ସମାନ ଦରମା ବୃଦ୍ଧି, gratuity ଓ ପେନସନ ପରିସର ଭୁକ୍ତ କରିବା ଓ ୨୦୧୮ ଜିଓରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଦେବା, ଅନୁଦାନରୁ ବାଦ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସର ଭୁକ୍ତ କରିବା ଆଦି ଦାବି ରହିଛି । ତୁରନ୍ତ ଦାବି ପୂରଣ ନ ହେଲେ ପରୀକ୍ଷା ବର୍ଜନ ପାଇଁ ସଂଘ ନିଷ୍ପତ୍ତି ନେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.