Categories: ରାଜ୍ୟ

ବ୍ରହ୍ମପୁର: ବେକାର ଯୁବକ ଓ ଯୁବତୀଙ୍କୁ ଚାକିରି କରିଦେବା କହି ଲକ୍ଷାଧିକ ଟଙ୍କା ଠକେଇ, ମାଷ୍ଟର ମାଇଣ୍ଡ ସମେତ ଦୁଇ ଠକ ଗିରଫ

ବ୍ରହ୍ମପୁର(କେନ୍ୟୁଜ୍): ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସରକାରୀ ଓ ବେସକାରୀ ସଂସ୍ଥାରେ ଚାକିରି କରେଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିକଟା ଗାଁର ରବିନ୍ଦ୍ର କୁମାର ବେହେରା ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମାଗୁରପଡ଼ା ଗାଁର ଅରୁଣ କୁମାର ବେହେରା । ଏମାନଙ୍କଠାରୁ ବ୍ୟାଙ୍କ ଏକାଉଣ୍ଟ ଖାତା, ଏଟିଏମ କାର୍ଡ, ଫେକ୍ ପରିଚୟ ପତ୍ର, ମୋବାଇଲ ଫୋନ ଜବତ କରିଛି ପୋଲିସ । ଗତ ମାସ ୩୦ ତାରିଖରେ ବ୍ରହ୍ମପୁର ଗୋଇଲୁଣ୍ଡି ଅଞ୍ଚଳର ଦୁଇ ଜଣ ଯୁବକ ଠକେଇର ଶୀକାର ହୋଇଥିବା ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ଏହାର ତଦନ୍ତ କରିବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ।

ଗଞ୍ଜାମ ଜିଲ୍ଲା ସମେତ ଅନୁଗୁଳ, ପୁରୀ, ତାଲଚେର, ଯାଜପୁର ଜିଲ୍ଲାରେ ଏମାନେ ବେକାର ଯୁବକ ଓ ଯୁବତୀଙ୍କୁ ନିଜ ଜାଲରେ ଫସାଇ ଚାକିରୀ କରାଇଦା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି । ପ୍ରାଥମିକ ତଦନ୍ତ ବେଳେ ଗଞ୍ଜାମ ଜିଲ୍ଲାର ୯ଜଣ ଯୁବକ ଯୁବତୀ ଏମାନଙ୍କ ଶୀକର ହୋଇଥିବା ଜଣାପଡିଥିବା ବେଳେ ବିଭିନ୍ନ ସ୍ଥାନର ଅନେକ ଯୁବକ ଯୁବତୀଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଅଧିକା ଠକି ନେଇଥିବା ଜଣାପଡିଛି । ଏହି ଠକ ମାନେ ଜୁନିଅର କିରାଣୀ ଓ ରିଜଓନାଲ ଇଣ୍ଟିଷ୍ଟୁଟ୍ ଅଫ୍ ଏଜୁକେସନ, ଭୁବନେଶ୍ୱରଠାରେ ଶିକ୍ଷକ ଚାକିରି କରେଇଦେବା ନାଁରେ ଠକେଇ କରିଥିବା ଜଣାପଡିଛି ।

ଏପରିକି କିଛି ଯୁବକ ଯୁବତୀଙ୍କୁ ଏମାନେ କିଛି ମାସ ମାସିକ ଦରମା ପ୍ରଦାନ କରି ଅନ୍ୟ ମାନଙ୍କ ଆସ୍ଥା ହୋଇ ଠକେଇ କରିଛନ୍ତି । ଏହା ସହ ଗିରଫ ହୋଇଥିବା ଦୁଇ ଠକ ଅନଲାଇନରେ ବ୍ୟାଙ୍କ ନେଣ ଦେଣ କରିଥିବା ବେଳେ ଆରଟିଜିଏସ ଓ ଏନଇଏଫଟି ଦ୍ୱାରା ଠକେଇ କରିଛନ୍ତି । ଆଜି ଉଭୟ ଠକଙ୍କ ପୋଲିସ କୋର୍ଟ ଚାଲଣ କରିଥିବା ବେଳେ ଏହି ଗ୍ୟାଙ୍ଗର ଚେର କେଉଁ ଆଡ଼େ ଲମ୍ୱିଛି ଓ ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ କରିବା ସହ ଉଭୟଙ୍କୁ ରିମାଣ୍ଡରେ ଆଣି ଖୋଡତାଡ କରିବ ପୋଲିସ । ଆଜି ଏନେଇ ବ୍ରହ୍ମପୁର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଥିବା ବେଳେ ଟାଉନ ଏସଡିପିଓ ବିଷ୍ଣୁ ପତି ଓ ବୈଦ୍ୟନାଥପୁର ଥାନା ଅଧିକାରୀ ଶାରଦାପ୍ରସନ୍ନ ଦାଶ ଉପସ୍ଥିତ ଥିଲେ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

30 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago