ରାଜ୍ୟ

ଭିନ୍ନ ଭିନ୍ନ ସ୍ଥାନରେ ବାଣ ଫୁଟି ୨ ମୃତ, ମୃତକଙ୍କ ମଧ୍ୟରେ ଢ଼େଙ୍କାନାଳ ବାରଦା ଗାଁର ଜଣେ ଓ କେନ୍ଦ୍ରାପଡ଼ାରେ ଜଣେ

ଭୁବନେଶ୍ୱର : ଆଜି ଦୀପାବଳି ଉତ୍ସବ ଅବସରରେ ବାଣ ନେବା ବେଳେ ଘଟିଛି ଅଘଟଣ । ଢ଼େଙ୍କାନଳ ବାରଦା ଗାଁରେ ଜଣଙ୍କା ମୃତ୍ୟୂ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ଯୁଇଦାସପୁର ଗାଁରେ ଘର ଭିତରେ ବାଣ ଭିଡ଼ୁଥିବା ବେଳେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ବାଣ କିଣିବାକୁ ଆସିଥିବା ଗ୍ରାହକ ଏଥିରେ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ ଢ଼େଙ୍କାନାଳ ବାରଦା ଗାଁର ୩ ଜଣ ଯୁବକ ବାଣ କିଣିବାକୁ ବଜରକୁ ଆସିଥିଲେ । ସେମାନେ ବାଣ କିଣି ବ୍ୟାଗରେ ଭରି ବାଇକରେ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ଢ଼େଙ୍କାନାଳ ବାରଦା ଗାଁର ମହେଶ୍ୱର ମହାରଣାଙ୍କର ମୃତ୍ୟୁ ହୋଇଛି । ଆହତ ବିରେନ ନାୟକ ଓ ପ୍ରସନ୍ନ ବ୍ରହ୍ମଙ୍କୁ ଢ଼େଙ୍କାନାଳ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଯୁଇଦାସପୁର ଗାଁରେ ଘରେ ବାଣ ଭିଡ଼ୁଥିବା ବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ସେଠାକୁ ବାଣ ପାଇଁ ଆସିଥିବା ଜଣେ ଗ୍ରାହକ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି ।

Niharanjan

Recent Posts

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

5 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

18 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

36 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

42 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

48 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

56 mins ago