ରାଜ୍ୟ

ଝାରସୁଗୁଡ଼ା : ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୦ ଲକ୍ଷ ଟଙ୍କାର ଫାଇନ୍‌

ଝାରସୁଗୁଡ଼ା (କେ ନ୍ୟୁଜ୍‌) : କରୋନା କଟକଣା ଉଲ୍ଲଂଘନକରୀଙ୍କ ଯୋଗୁଁ ଆମ ରାଜ୍ୟର ଆୟ ବଢ଼ିଛି । ନିୟମ ଭଙ୍ଗକାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବା ଯୋଗୁଁ ଝାରସୁଗୁଡ଼ା ପୋଲିସ୍ ଏହା ଭିତରେ ଆଦାୟ କରିଛି ୨୦ ଲକ୍ଷ ଟଙ୍କା। ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ସର୍ବ ସାଧାରଣରେ ଛେପ ପକାଇବା ଆଦି ବ୍ୟକ୍ତିଙ୍କଠାରୁ ଆଦାୟ କରୁଛି ଫାଇନ ।
ଏ ସମ୍ପର୍କରେ ଝାରସୁଗୁଡ଼ା ଏସ୍‌ପି ରାହୁଲ ପି.ଆର ସୂଚନା ଦେଇଛନ୍ତି । ମାସ୍କ ନ ପିନ୍ଧି ବାହାକୁ ଆସିଥିବା ଲୋକଙ୍କ ଠାରୁ ୧୯ ଲକ୍ଷ ୭୬ ହଜାର ୯୪୦ ଟଙ୍କା ଆଦାୟ ହୋଇ ସାରିଥିବା ବେଳେ ସାମାଜିକ ଦୂରତା ମାନି ନଥିବା ଲୋକଙ୍କଠାରୁ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ ହୋଇ ସାରିଲାଣି ।

ସେହିପରି କଟକଣା ମାନି ନଥିବା ଅନେକ ଦୋକାନକୁ ସିଲ କରାଯାଇଛି । ଏହା ସହ ଲକ ଡାଉନ ନିୟମ ଉଲଙ୍ଘନ କରିଥିବା ୪ ହଜାର ଗାଡି ଜବତ କରାଯାଇଥିବା ବେଳେ ୨୪୮ ଜଣଙ୍କ ବିରୋଧରେ ମାମାଲା ରୁଜୁ କରି ୨୦୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହି ପରି ବେଆଇନ ମଦ ଚାଲାଣକାରୀ ୩୫୩ ଜଣଙ୍କ ବିରୋଧରେ ଏସ୍କାଇ ମାମଲା ରୁଜୁ କରାଯାଇଛି । ୫୦୦ ଜଣଙ୍କୁ ଅଟକ ରଖିବା ସହ ୨୯୩ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କଠାରୁ ୮ ହଜାର ଲିଟର ଦେଶୀ ମଦ, ୮୬୯ ଲିଟର ବିଦେଶୀ ମଦ, ୩୪୨ ଲିଟର ହାଣ୍ଡିଆ ଜବତ କରିଛି ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

8 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

16 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

31 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

37 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

51 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago