Below header

ଝାରସୁଗୁଡ଼ା : ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୦ ଲକ୍ଷ ଟଙ୍କାର ଫାଇନ୍‌

ଝାରସୁଗୁଡ଼ା (କେ ନ୍ୟୁଜ୍‌) : କରୋନା କଟକଣା ଉଲ୍ଲଂଘନକରୀଙ୍କ ଯୋଗୁଁ ଆମ ରାଜ୍ୟର ଆୟ ବଢ଼ିଛି । ନିୟମ ଭଙ୍ଗକାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବା ଯୋଗୁଁ ଝାରସୁଗୁଡ଼ା ପୋଲିସ୍ ଏହା ଭିତରେ ଆଦାୟ କରିଛି ୨୦ ଲକ୍ଷ ଟଙ୍କା। ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ସର୍ବ ସାଧାରଣରେ ଛେପ ପକାଇବା ଆଦି ବ୍ୟକ୍ତିଙ୍କଠାରୁ ଆଦାୟ କରୁଛି ଫାଇନ ।
ଏ ସମ୍ପର୍କରେ ଝାରସୁଗୁଡ଼ା ଏସ୍‌ପି ରାହୁଲ ପି.ଆର ସୂଚନା ଦେଇଛନ୍ତି । ମାସ୍କ ନ ପିନ୍ଧି ବାହାକୁ ଆସିଥିବା ଲୋକଙ୍କ ଠାରୁ ୧୯ ଲକ୍ଷ ୭୬ ହଜାର ୯୪୦ ଟଙ୍କା ଆଦାୟ ହୋଇ ସାରିଥିବା ବେଳେ ସାମାଜିକ ଦୂରତା ମାନି ନଥିବା ଲୋକଙ୍କଠାରୁ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ ହୋଇ ସାରିଲାଣି ।

FINEସେହିପରି କଟକଣା ମାନି ନଥିବା ଅନେକ ଦୋକାନକୁ ସିଲ କରାଯାଇଛି । ଏହା ସହ ଲକ ଡାଉନ ନିୟମ ଉଲଙ୍ଘନ କରିଥିବା ୪ ହଜାର ଗାଡି ଜବତ କରାଯାଇଥିବା ବେଳେ ୨୪୮ ଜଣଙ୍କ ବିରୋଧରେ ମାମାଲା ରୁଜୁ କରି ୨୦୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହି ପରି ବେଆଇନ ମଦ ଚାଲାଣକାରୀ ୩୫୩ ଜଣଙ୍କ ବିରୋଧରେ ଏସ୍କାଇ ମାମଲା ରୁଜୁ କରାଯାଇଛି । ୫୦୦ ଜଣଙ୍କୁ ଅଟକ ରଖିବା ସହ ୨୯୩ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କଠାରୁ ୮ ହଜାର ଲିଟର ଦେଶୀ ମଦ, ୮୬୯ ଲିଟର ବିଦେଶୀ ମଦ, ୩୪୨ ଲିଟର ହାଣ୍ଡିଆ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.