ରାଜ୍ୟ

ହୁଣ୍ଡାଇ କାର ସହ ୨୨କେଜି ଗଞ୍ଜେଇ ଜବତ, ୨ ଗିରଫ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର

ଦାରିଙ୍ଗବାଡ଼ି(କେନ୍ୟୁଜ୍): ୨୨କେଜି ଗଞ୍ଜେଇ ସହ ହୁଣ୍ଡାଇ କାର ଜବତ, ଦୁଇ ବ୍ୟବସାୟୀ ଗିରଫ ।ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ବେଳେ  ଦାରିଙ୍ଗବାଡ଼ି ପୋଲିସ ସୁଲୁମାହା ଘାଟିରେ ହୁଣ୍ଡାଇ କାରକୁ ଅଟକାଇ ଥିଲା।  ହେଲେ ସେତିକିବେଳେ ଡ୍ରାଇଭର ଗାଡି ଛାଡି ଜଙ୍ଗଲକୁ ଦୌଡି ଚାଲିଯାଇଥିଲା କିନ୍ତୁ ଘଟଣା ସ୍ଥଳରୁ ଅନ୍ୟ ଦୁଇ ଅଭିଯୁକ୍ତକୁ ପୋଲିସ କାବୁକରି ନେଇଥିଲା । ହୁଣ୍ଡାଇ କାର ନମ୍ବର ହେଲା OR02AH5567 ଥିବାବେଳେ ଗାଡିର ମାଲିକ ନାମ ମନୋଜ ଦିଗାଳ ନାମରେ ରହିଛି।  ଗାଡିଟି ଭୁବେନେଶ୍ୱର ରେଜିଷ୍ଟ୍ରେସନ ନମ୍ବର ଥିବାରୁ ଏହା ଠିକ ନମ୍ବର ନା ଏହା ଲଗାଯାଇଛି ତାହା ଜଣାପଡିନାହିଁ । ଅଭିଯୁକ୍ତ ଦୁଇଜଣ ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ବରିକିଆ ଗ୍ରାମର ଗେଗୁ ମଲ୍ଲିକ ଏବଂ ଗୋବିନ୍ଦ ମଲ୍ଲିକ।

ଆଇଆଇସି ଏହି ଚଢାଉର ନେତୃତ୍ୱ ନେଇ ଏହି ହୁଣ୍ଡାଇ କାରକୁ ଚଢ଼ାଉ କରି ୨୨ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି।  ଅଭିଯୁକ୍ତମାନଙ୍କୁ ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗିରଫ କରି କୋର୍ଟ ଚାଳଣ କରାଯାଇଛି । ପୋଲିସ ପକ୍ଷରୁ ଏକ ମାମଲା (ନଂ. ୪୦/୨୦) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅପରପକ୍ଷରେ ଏହି ଚୋରା ଗଞ୍ଜେଇ କେଉଁ ଅଞ୍ଚଳରୁ ଅଣାଯାଇଥିଲା ସେ ନେଇ କୌଣସି ସୂଚନା ମିିଳିପାରି ନାହିଁ ବୋଲି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

KNews Bureau

Recent Posts

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିନ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

4 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

23 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

26 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

33 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

35 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago