ବ୍ୟବସାୟ ଓ ଅର୍ଥନୀତି

୩୧ ମାର୍ଚ୍ଚ ପୂର୍ବରୁ ନିଶ୍ଚୟ ସାରି ଦିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ସହିପାରନ୍ତି ବଡ କ୍ଷତି

ଚଳିତ ବର୍ଷ ଆର୍ଥିକ ବର୍ଷ ଆସନ୍ତା ଏପ୍ରିଲ ୧ରେ ଆରମ୍ଭ ହେଉଛି। କିନ୍ତୁ ତାପୂର୍ବରୁ ଅନେକ ଏମିତି ମହତ୍ତ୍ୱପୂର୍ଣ୍ଣ କାମ ଅଛି ଯାହାକୁ ଆପଣଙ୍କୁ ୩୧ ମାର୍ଚ୍ଚ ପୂର୍ବରୁ ଶେଷ କରିବାକୁ ପଡିବ। ଯଦି ଆପଣ ଏମିତି କରୁନାହାନ୍ତି ତେବେ ଆପଣ ବହୁତ ସମସ୍ୟାର ସାମ୍ନା କରିପାରନ୍ତି। ଆପଣଙ୍କ ସୁବିଧା ପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଜିନିଷ ଜଣାଇବୁ, ଯାହା ୧ ଏପ୍ରିଲ ଠାରୁ ବଦଳିଯିବ ଏବଂ ଆପଣଙ୍କୁ ଆର୍ଥିକ ରୂପରେ କ୍ଷତି ସହିବାକୁ ମଧ୍ୟ ପଡିପାରେ। ଉଦାହରଣ ସ୍ୱରୂପ ବଣ୍ଡ ଲାଭ ତିନି ମାସରେ ପ୍ରାୟ ୦.୪ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁକ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ହ୍ରାସ ପାଇବା ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ କାମ ବିଷୟରେ ଯାହାକୁ ଆପଣ ମାର୍ଚ୍ଚ ୩୧ ସୁଦ୍ଧା ସାରିବାକୁ ପଡିବ।

କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ

ଯେମିତିକି ଆପଣ ଉପରିସ୍ଥ ପାଠ୍ୟକ୍ରମରେ ଜାଣିଲେ ଯେ ବଣ୍ଡ ଲାଭରେ ଗତ ୩ ମାସରେ ପ୍ରାୟ ୦.୪ ପ୍ରତିଶତ ହ୍ରାସ୍‌ ପାଇଛି। କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ଦର ଏହା ଆଧାରରେ କରାଯିବ। ସେହିପରି ଅନ୍ୟପଟେ ଯେପରି ବ୍ୟାଙ୍କ୍‌ ଫିକ୍ସଡ ଡିପୋଜିଟର ସୁଧ ହାରରେ ଲଗାତର ହ୍ରାସ ପାଉଛି ସେମିତି କ୍ଷୁଦ୍ର ସଞ୍ଚୟ ଯୋଜନା ଏବେ ଆକର୍ଷକ ରହିଛି। ନ୍ୟାସନାଲ ସେଭିଂ ସାଟିଫିକେଟ ଏବଂ କିସାନ ବିକାଶ ପତଅରେ ଏବେ କ୍ରମଶଃ ୭.୯ ପ୍ରତିଶତ ଏବଂ ୭.୬ ପ୍ରତିଶତ ସୁଧ ମିଳୁଛି। ଏପ୍ରିଳ ୧ରେ ଏହାର ସୁଧ ହାର କମିପାରେ ବୋଲି ସମ୍ଭାବନା ର୍କରାଯାଉଛି। କାହିଁକି ନା ସରକାର ବଣ୍ଡ ଲାଭ ଆଧାରରେ ପ୍ରତି ତ୍ରିମାସିକ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ନିଷ୍ପତି ନିଆଯିବ।

କରୋନା ଭାଇରସ ଠାରୁ ସୁରକ୍ଷା ପାଇଁ ବୀମା କଭର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସ ବା କୋଭିଡ୍‌-୧୯କୁ ମହାମାରୀ ଘୋଷଣା କରିଛି। ସାରାବିଶ୍ୱରେ ହଜାର ହଜାର ଲୋକଙ୍କୁ ଚିର ନିଦ୍ରାରେ ଶୁଆଉଥିବା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ନିଦ ହଜାଇଥିବା କରୋନା ଭାଇରସର ଚିକିତ୍ସା ସହିତ ଅନ୍ୟ ରୋଗର ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ ପାଇଁ ଆପଣଙ୍କୁ ୩୧ ମାର୍ଚ୍ଚ ପୂର୍ବରୁ ହେଲ୍ଥ ଇନସୁରାନ୍ସ କରିନେବା ଉଚିତ। ସ୍ୱାସ୍ଥ୍ୟ ବୀମା ପ୍ରିମିୟମର ଟଙ୍କା ପାଇବାକୁ ହେଲେ ଆପଣଙ୍କୁ ଆୟକର ଅଧିନିୟମର ଧାରା ୮୦ଡି ଆଧାରରେ ଟ୍ୟାକ୍ସରେ ୨୫,୦୦୦ ଟଙ୍କା ପଯ୍ୟର୍ନ୍ତ ହାରର ଲାଭ ଉଠାଇପାରିବେ।

ନୂଆ ଜିଏସଟି ରିଟର୍ଣ୍ଣ

ଜିଏସଟି କାଉନସିଲରେ ୩୧ତମ ବୈଠକରେ କରଦାତାଙ୍କ ପାଇଁ ନୂଆ ଜିଏସଟି ରିଟର୍ଣ୍ଣ ସିଷ୍ଟମ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହା ଅନୁଯାୟୀ ୧ ଏପ୍ରିଲ ଠାରୁ ଲାଗୁ ହେଉଥିବା ସିଷ୍ଟମ ଅନୁଯାୟୀ ଜିଏସଟି ରିଟର୍ଣ୍ଣ ଭରିବାରେ ସହଜ ହେବ। ଏହି ନୁଆ ବ୍ୟବସ୍ଥା ଅନୁଯାୟୀ ଦୁଇଟି ନୂଆ ଫର୍ମ ପ୍ରସ୍ତୁତ କରାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛିGST FORM ANX-1 ଏବଂ ଅନ୍ୟଟି GST FORM ANX-2।

ପାନ ସହିତ ଆଧାର କାର୍ଡ ସଂଯୋଗ

ଯଦି ଆପଣ ଆପଣଙ୍କ ପାନ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ କରାଇନାହାନ୍ତି ତେବେ ୧ ଏପ୍ରିଲ ଠାରୁ ଆପଣଙ୍କ ପାନ କାର୍ଡ ଇନଭାଲିଡ୍ ହୋଇଯିବ। ପାନ କାର୍ଡ ଏବଂ ଆଧାର କାର୍ଡକୁ ଲିଙ୍କ୍ କରାଇବାର (PAN Aadhaar Linking) ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୦ ରଖାଯାଇଛି। ଗତ ବର୍ଷ ପାନ ଏବଂ ଆଧାର କାର୍ଡ ସଂଯୋଗ କରିବାର ଡେଡଲାଇନ ଅନେକ ଥର ବଢ଼ି ସାରିଛି। ପ୍ରାୟ ୧୭.୫୮ କୋଟି ପାନ କାର୍ଡକୁ ଏବେ ବି ଆଧାର ସହିତ ଲିଙ୍କ୍ କରାଯାଇନାହିଁ। ସେହିପରି ୩୦.୭୫ କୋଟି ଲୋକ ନିଜର ପାନ କାର୍ଡକୁ ଆଧାର ସହିତ ଲିଙ୍କ୍ କରାଇସାରିଛନ୍ତି।

୩୧ ମାର୍ଚ୍ଚ ସୁଦ୍ଧା ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନାର ଶେଷ ତାରିଖ

ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ବହୁତ ପ୍ରକାର ଯୋଜନା ଉପଲବ୍ଧ କରାଇଛନ୍ତି। କିନ୍ତୁ ଏହି ସରକାରୀ ଯୋଜନା ମଧ୍ୟରୁ ଏକ ଏମିତି ଯୋଜନା ରହିଛି ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇପାରେ। ଯଦି ଆପଣ ଏହି ଯୋଜନାରେ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ରିଟାୟରମେଣ୍ଟ ପରେ ଟଙ୍କାର କୌଣସି ପ୍ରକାର ଚିନ୍ତା ରହିବ ନାହିଁ। କାହିଁକିନା ଆପଣଙ୍କୁ ଏହି ଯୋଜନା ଦ୍ୱାରା ପ୍ରତି ମାସ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ମିଳିପାରିବ। ଏହାଛଡା ଆପଣଙ୍କୁ ଲୋନର ମଧ୍ୟ ସୁବିଧା ମିଳିବ। କିନ୍ତୁ ଆପଣ ଏହି ଖାସ୍ ସରକାରୀ ଯୋଜନାର ଲାଭ କେବଳ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ହିଁ ଉଠାଇପାରିବେ। କାହିଁକିନା ୧ ଏପ୍ରିଲରେ ଆପଣଙ୍କୁ ଆଉ ଏହି ଯୋଜନା ମିଳିପାରିବନାହିଁ ଏହା ବନ୍ଦ ହୋଇଯିବ। ତେବେ ଆମେ ଆପଣଙ୍କୁ ଯେଉଁ ଖାସ୍ ସରକାରୀ ଯୋଜନା ବିଷୟରେ କହୁଛୁ ତାର ନାମ ହେଉଛି ପିଏମଭିଭି ଯୋଜନା ବା ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago