ପାରାଦୀପ (କେନ୍ୟୁଜ): ପାରାଦୀପ ବନ୍ଦର ପିଆଇସିଟି ବର୍ଥ MV ଦେବୀ ଜାହାଜ ଭିତରୁ ସନ୍ଦେହଜନକ ପ୍ୟାକେଟ ମିଳିବା ଘଟଣା। ଯାଞ୍ଚ ବେଳେ ମିଳିଲା ଆଉ ୧୪ ପ୍ୟାକେଟ। ବର୍ତ୍ତମାନ ସୁଦ୍ଧା ମିଳିଲାଣି ୨୨ ପ୍ୟାକେଟ। ଜାହାଜ ରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କାର୍ଯ୍ୟ ଚାଲିଛି। । ଏହି ଜବତ ୨୨ ଟି ପ୍ୟାକେଟ କଷ୍ଟମ ବିଭାଗ କୁ ହସ୍ତାନ୍ତର କରାଯାଇଛି । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା। ଜାହାଜରୁ ଜବତ ହୋଇଥିବା ପ୍ୟାକେଟ ଡ୍ରଗ୍ସ ହୋଇଥିବା ସନ୍ଦେହ।
ଜବତ ସାମଗ୍ରୀର ଯାଞ୍ଚ ପାଇଁ ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି । ସେଠାରେ ମିଳିଥିବା ସଂଦିଗ୍ଧ ପ୍ୟାକେଟକୁ ଆଜି ଯାଞ୍ଚ କରାଯିବ ବୋଲି ଜଣାଯାଇଛି। ତଦନ୍ତ ସରିବା ପରେ ଜଣାପଡ଼ିବ ଏହାର ସତ୍ୟାସତ୍ୟ। ତେବେ ଜାହାଜର ସମସ୍ତ କର୍ମଚାରୀଙ୍କୁ ବାହାର କରି ଦିଆଯାଇଥିବା ଜଣାଯାଇଛି। ଏହି ଘଟଣାରେ କାହାକୁ ଅଟକ ରଖାଯାଇ ନାହିଁ।
ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…
ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…
ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…
ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…
କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…
ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…