Below header

ଜାହାଜରୁ ମିଳିଲା ୨୨ ପ୍ୟାକେଟ ଧଳା ପାଉଡର; ଡ୍ରଗ୍ସ ଚାଲାଣ ସନ୍ଦେହ

ପାରାଦୀପ ବନ୍ଦର ପିଆଇସିଟି ବର୍ଥ MV ଦେବୀ ଜାହାଜ ଭିତରୁ ସନ୍ଦେହଜନକ ପ୍ୟାକେଟ ମିଳିବା ଘଟଣା। ଯାଞ୍ଚ ବେଳେ ମିଳିଲା ଆଉ ୧୪ ପ୍ୟାକେଟ। ବର୍ତ୍ତମାନ ସୁଦ୍ଧା ମିଳିଲାଣି ୨୨ ପ୍ୟାକେଟ।

ପାରାଦୀପ  (କେନ୍ୟୁଜ): ପାରାଦୀପ ବନ୍ଦର ପିଆଇସିଟି ବର୍ଥ MV ଦେବୀ ଜାହାଜ ଭିତରୁ ସନ୍ଦେହଜନକ ପ୍ୟାକେଟ ମିଳିବା ଘଟଣା। ଯାଞ୍ଚ ବେଳେ ମିଳିଲା ଆଉ ୧୪ ପ୍ୟାକେଟ। ବର୍ତ୍ତମାନ ସୁଦ୍ଧା ମିଳିଲାଣି ୨୨ ପ୍ୟାକେଟ। ଜାହାଜ ରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କାର୍ଯ୍ୟ ଚାଲିଛି। । ଏହି ଜବତ ୨୨ ଟି ପ୍ୟାକେଟ କଷ୍ଟମ ବିଭାଗ କୁ ହସ୍ତାନ୍ତର କରାଯାଇଛି । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା। ଜାହାଜରୁ ଜବତ ହୋଇଥିବା ପ୍ୟାକେଟ ଡ୍ରଗ୍ସ ହୋଇଥିବା ସନ୍ଦେହ।

ଜବତ ସାମଗ୍ରୀର ଯାଞ୍ଚ ପାଇଁ ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି । ସେଠାରେ ମିଳିଥିବା ସଂଦିଗ୍ଧ ପ୍ୟାକେଟକୁ ଆଜି ଯାଞ୍ଚ କରାଯିବ ବୋଲି ଜଣାଯାଇଛି। ତଦନ୍ତ ସରିବା ପରେ ଜଣାପଡ଼ିବ ଏହାର ସତ୍ୟାସତ୍ୟ। ତେବେ ଜାହାଜର ସମସ୍ତ କର୍ମଚାରୀଙ୍କୁ ବାହାର କରି ଦିଆଯାଇଥିବା ଜଣାଯାଇଛି। ଏହି ଘଟଣାରେ କାହାକୁ ଅଟକ ରଖାଯାଇ ନାହିଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.