ଆଜିଠାରୁ ସିମ କାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ

ଆଜିଠାରୁ ସିମ କାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ । ସିମ ଡିଲର ଏବଂ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗୁ କରାଯାଉଛି । ଠକେଇ, ସାଇବର ସ୍କାମ, ନକଲି ସିମ ଏବଂ ଅନଲାଇନ ସ୍କାମ ଆଦିକୁ ରୋକିବା ପାଇଁ ସରକାର ଏହି ପରିବର୍ତ୍ତନ ଆଣିଛନ୍ତି ।

ଆଜିକାଲି ମୋବାଇଲ ବିନା ଲୋକେ କ୍ଷଣେ ବଞ୍ଚିପାରୁନାହାନ୍ତି । ତେବେ ମୋବାଇଲରେ ସିମର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲୋକମାନେ ଏହି ସିମ କାର୍ଡକୁ ନେଇ ଆଜିକାଲି ଅନେକ ଠକେଇ ସାଇବର ସ୍କାମ ଆଦି କରୁଛନ୍ତି, ତେଣୁ ଏନେଇ ଏବେ ସରକାର ସିମ କାର୍ଡ ବ୍ୟବହାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଆଜିଠାରୁ ସିମ କାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ । ଭାରତର ଟେଲି ଯୋଗାଯୋଗ ବିଭାଗ DOT ଆଜିଠାରୁ ଏହି ନୂତନ ନିୟମ ଲାଗୁ କରିବାକୁ ସ୍ଥିର କରିଛନ୍ତି । ଏହା ଅକ୍ଟୋବର ମାସରୁ କାର୍ଯ୍ୟକାରୀ କରିବାକୁ ସ୍ଥିର କରାଯାଇଥିଲା କିନ୍ତୁ କୌଣସି କାରଣରୁ ଦୁଇ ମାସ ବିଳମ୍ବ ହୋଇଯାଇଥିଲା ତେଣୁ ଆଜିଠାରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି । ଠକେଇ, ସାଇବର ସ୍କାମ, ନକଲି ସିମ ଏବଂ ଅନଲାଇନ ସ୍କାମ ଆଦିକୁ ରୋକିବା ପାଇଁ ସରକାର ଏହି ପରିବର୍ତ୍ତନ ଆଣିଛନ୍ତି ।

ସିମ ଡିଲର ଏବଂ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗୁ କରାଯାଉଛି । ଡିସେମ୍ବରୁ ୧ ଅର୍ଥାତ ଆଜି ଠାରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜିକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ । ଏହି ନିୟମ ଭାଙ୍ଗିଲେ ୧୦ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ ।

ଏହି ନୂଆ ନିୟମ ଅଧିକ ସିମ କାର୍ଡର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି । ବ୍ୟବସାୟ କରୁଥିବା ବ୍ୟକ୍ତି ମାନେ ଅଧିକ ସିମ କିଣିପାରିବେ, କିନ୍ତୁ ସାଧାରଣ ୟୁଜର ଗୋଟିଏ ଆଧାର ପରିଚୟ ପତ୍ରରେ କେବଳ ୯ଟି ସିମ କାର୍ଡ ହି କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ମଧ୍ୟ ଦେବାକୁ ପଡିବ ।

ଯଦି ଆପଣ ବ୍ୟବହାର କରୁଥିବା ସିମ କାର୍ଡ ବନ୍ଦ କରିଦେବେ ତେବେ ୯୦ଦିନ ଭିତରେ ଏହି ସିମ ଅନ୍ୟଜଣେ ଗ୍ରାହକଙ୍କୁ ଦିଆଯିବ । ବର୍ତ୍ତମାନ ଆପଣ ସିମ କାର୍ଡ ପାଇବା ପାଇଁ କେବଳ ID ପ୍ରୁଫର କପି ବ୍ୟବହାର କରି ପାରିବେ ନାହିଁ । ଚୋରି କିମ୍ବା ବନ୍ଦ ହୋଇଯାଇଥିବା ସିମର ନମ୍ବର ୩ ମାସ ପରେ ହି ଅନ୍ୟ କାହାକୁ ଦିଆଯିବ ଯାହା ଦ୍ୱାରା କୌଣସି ବ୍ୟକ୍ତିଙ୍କୁ ସିମ ପୁଣିଥରେ ଆକ୍ଟିଭ କରିବା ପାଇଁ ୟୁଜରକୁ ଯଥେଷ୍ଟ ସମୟରେ ମିଳିପାରିବ । ନୂଆ ସିମ କାର୍ଡ କିମ୍ବା ନିଜ ପାଖରେ ଥିବା ନମ୍ବରର ଏକ ସିମ କିଣିବା ପାଇଁ ଇ- କେୱାଇସି କିମ୍ବା ଡିଜିଟାଲ କେୱାଇସି ବାଧ୍ୟତାମୂଳକ କରି ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.