ହ୍ଵାଟ୍ସଆପ୍‌ ଜାରି କଲା ସବୁଠାରୁ ବଡ଼ ଫିଚର, ସିକ୍ରେଟ୍‌ କୋଡ଼ ଦ୍ୱାରା ଲଗାଇ ପାରିବେ ଚାଟ୍ସରେ ଲକ୍‌

ସିକ୍ରେଟ୍ କୋଡ୍ ସାହାଯ୍ୟରେ ୟୁଜରମାନେ ପାସୱାର୍ଡ ସହିତ ହ୍ଵାଟ୍ସଆପ ଚାଟକୁ ସୁରକ୍ଷା ଦେଇପାରିବେ । ଏହା ଫୋନର ଲକ୍ କୋଡ୍ ଠାରୁ ଅଲଗା ହେବ । ହ୍ଵାଟ୍ସଆପ ୟୁଜର ନିଜ ଫୋନ୍ ଅନ୍ୟକୁ ଦେବା ସମୟରେ ଏହା ଚାଟକୁ ସୁରକ୍ଷା ଯୋଗାଇବ ।

ହ୍ଵାଟ୍ସଆପ ନିଜ ୟୁଜରଙ୍କ ପ୍ରାଇଭେସୀ ପାଇଁ ନୂଆ ଫିଚର ରୋଲ ଆଉଟ କରେ । ତେବେ ବର୍ତ୍ତମାନ ହ୍ଵାଟ୍ସଆପ୍‌ ‘ସିକ୍ରେଟ୍ କୋଡ୍’ ଫିଚର ଆଣିଛି । ଏହା ସାହାଯ୍ୟରେ ୟୁଜରମାନେ ସେମାନଙ୍କର ପ୍ରାଇଭେଟ୍‌ ଚାଟକୁ ସୁରକ୍ଷିତ ରଖିପାରିବେ । ଏହି ଫିଚର କେବଳ ମେସେଜିଂ ଆପରେ ଥିବା ଚାଟ୍ ଲକ୍ ଟୁଲରେ କାମ କରିବ, ଯାହା ସାହାଯ୍ୟରେ ୟୁଜରମାନେ ଏକ ନିର୍ଦ୍ଦିଷ୍ଟ ଚାଟକୁ ପାସୱାର୍ଡ ସହିତ ସୁରକ୍ଷିତ ରଖିପାରିବେ ।

ସିକ୍ରେଟ୍ କୋଡ୍ ସାହାଯ୍ୟରେ ୟୁଜରମାନେ ପାସୱାର୍ଡ ସହିତ ହ୍ଵାଟ୍ସଆପ ଚାଟକୁ ସୁରକ୍ଷା ଦେଇପାରିବେ । ଏହା ଫୋନର ଲକ୍ କୋଡ୍ ଠାରୁ ଅଲଗା ହେବ । ହ୍ଵାଟ୍ସଆପ ୟୁଜର ନିଜ ଫୋନ୍ ଅନ୍ୟକୁ ଦେବା ସମୟରେ ଏହା ଚାଟକୁ ସୁରକ୍ଷା ଯୋଗାଇବ । ଯାହା ଦ୍ୱାରା ଅନ୍ୟ କେହି ବି ଆପଣଙ୍କ ଚାଟକୁ ପଢ଼ି ପାରିବେ ନାହିଁ ।

ହ୍ଵାଟ୍ସଆପର ଏହି ନୂଆ ଫିଚର ଦ୍ୱାରା ଚାଟକୁ ତୁରନ୍ତ ଲକ୍ କରିପାରିବେ । ଯେତେବେଳେ ୟୁଜର୍ସମାନେ ଚାଟ୍ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ୟାପ କରିବେ, ସେମାନେ ଚାଟ୍ ଲକ୍ କରିବାର ଅପ୍ସନ ପାଇବେ । ଏଥିପାଇଁ ସେମାନଙ୍କୁ ସେଟିଙ୍ଗ୍ ମେନ୍ୟୁରେ ଅପ୍ସନକୁ ଖୋଜିବାକୁ ପଡ଼ିବ ନାହିଁ । ହ୍ଵାଟ୍ସଆପର ଏହି ଫିଚର ଚଳିତ ସପ୍ତାହରୁ ରୋଲ ଆଉଟ ହେବ । କମ୍ପାନୀ କହିଛି ଯେ ଏହି ଫିଚରକୁ ଆସନ୍ତା ମାସରେ ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.