ରାଜ୍ୟ

ଓଡ଼ିଶାରେ ୨୬ ଶିଶୁ ଟମାଟୋ ଫ୍ଲୁରେ ଆକ୍ରାନ୍ତ: ବ୍ରିଟେନ ମେଡିକାଲ ଜର୍ଣ୍ଣାଲ ଲାନସେଟ୍‌ରେ ପ୍ରକାଶ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ, ମଙ୍କିପକ୍ସ ପରେ ଟମାଟୋ ଫ୍ଲୁ ଭୟ। ଗତ ୨ବର୍ଷ ଧରି କରୋନା ମହାମାରୀରୁ ତ୍ରାହି ମିଳିନଥିବା ବେଳେ ଦେଶରେ ନୂଆ ଭାଇରସର ଭୟ ବଢିଛି । ଟମାଟୋ ଫ୍ଲୁ ନେଇ ସତର୍କ କରିଛି ବ୍ରିଟେନର ଲୋକପ୍ରିୟ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ । ଓଡ଼ିଶାରେ ବାହାରିଛି ଟମାଟୋ ଫ୍ଲୁ କେସ୍‌ । ୧ ବର୍ଷରୁ ୯ ବର୍ଷ ବୟସର ୨୬ ଶିଶୁ ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା RMRC ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଥିବା ଲାନସେଟ କହିଛି ।

ମେ ୬ ତାରିଖରେ କେରଳର କୋଲ୍ଲମ ଜିଲ୍ଲାରେ ପ୍ରଥମ ଟମାଟୋ ଫ୍ଲୁ କେସ ବାହାରିଥିଲା । ଜୁଲାଇ ୨୬ ସୁଦ୍ଧା କେରଳରେ ୫ ବର୍ଷରୁ କମ ବୟସର ୮୨ ଶିଶୁ ଟମାଟୋ ଫ୍ଲୁରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଏହା ପରେ ଆଲର୍ଟରେ ରହିଛି ତାମିଲନାଡୁ ଓ କର୍ଣ୍ଣାଟକ । କେରଳ, ତାମିଲନାଡୁ ଏବଂ ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଟମାଟୋ ଫ୍ଲୁ ଦେଖାଦେଇ ନଥିବା ଲାନସେଟ ପତ୍ରିକାରେ କୁହାଯାଇଛି । ସାଧାରଣତଃ ୫ ବର୍ଷରୁ କମ ବୟସର ଶିଶୁଙ୍କ ଠାରେ ଟମାଟୋ ଫ୍ଲୁ ଦେଖାଯାଇଥାଏ ।

ଟମାଟୋ ଫ୍ଲୁ ଆକ୍ରାନ୍ତଙ୍କଠାରେ ଜ୍ୱର, ଭୋକ ନ ଲାଗିବା, ବାନ୍ତି ହେବା, ଝାଡା, ହାଲିଆ ଲାଗିବା ଓ ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଯାଇଥାଏ । ସେହିପରି ଚର୍ମ ଲାଲ ପଡିଥାଏ । ତେବେ ଏହାକୁ କେବଳ ପ୍ରତିଷେଧକ ଗ୍ରହଣ ଦ୍ୱାରା ଏଡ଼ାଇ ଦିଆଯାଇପାରିବ । ଟମାଟୋ ଫ୍ଲୁ ଆତଙ୍କିତ ହେବ ଭଳି ରୋଗ ନୁହେଁ । ଏଥିରେ ପୀଡିତ ୯୯ ପ୍ରତିଶତରୁ ଅଧିକ ଭଲ ହେଇଯାଆନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ବହୁତ କମ୍‌ । ପିଲାଙ୍କୁ ଏହି ରୋଗ ହେଲେ ଆଇସୋଲେସନରେ ରଖନ୍ତୁ । ଯେଉଁ ଲକ୍ଷଣ ହେଉଛି ସେହି ମେଡ଼ିସିନ ଦିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଟମାଟୋ ଫ୍ଲୁରେ ଥରେ ସଂକ୍ରମିତ ହୋଇଥିବା ପିଲା ଦ୍ୱିତୀୟ ଥର ସଂକ୍ରମିତ ହେବା ଆଶଙ୍କା ରହିଛି । ସଂକ୍ରାମକ ରୋଗ ହୋଇଥିବାରୁ ଲକ୍ଷଣ ଦେଖାଦେଲେ ଆକ୍ରାନ୍ତ ପିଲାଙ୍କୁ ଅନ୍ୟ ସହ ମିଶିବା ମନା । ଆକ୍ରାନ୍ତଙ୍କୁ ଯଥାସମ୍ଭବ ପରିଷ୍କାର ଓ ପରିଚ୍ଛନ୍ନ ପରିବେଶରେ ରଖିବା ସହ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ଲକ୍ଷଣ ଅନୁସାରେ ଚିକିତ୍ସା ହୋଇଥାଏ ।

 

 

 

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago