Categories: ରାଜ୍ୟ

ପୁରୀ: ସ୍କୁଲ ଖୋଲିଥିଲେ ବି ଏଯାଏ ହୋଇନାହିଁ ମରାମତି

ପୁରୀ(କେନ୍ୟୁଜ୍): ଗତ ୨୧ ତାରିଖରୁ ଖୋଲିଛି ରାଜ୍ୟର ସମସ୍ତ ସ୍କୁଲ । ହେଲେ ବାତ୍ୟା ଫନିରେ ପୁରୀ ଜିଲ୍ଳା ନିମାପଡ଼ା ବ୍ଳକର ୨୬୦ଟି ସ୍କୁଲ ଭାଙ୍ଗି ଯାଇଥିବା ବେଳେ ୧୧ଟି ସ୍କୁଲ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ବ୍ଳକର ୧୧ଟି ସରକାରୀ ସ୍କୁଲ, ୧୩ଟି ବ୍ଳକଗ୍ରାଣ୍ଟ ହାଇସ୍କୁଲ, ୪ଟି ବ୍ଳକଗ୍ରାଣ୍ଟ ୟୁପି ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏବେ ବି ସ୍କୁଲ ଗୁଡିକର ମରାମତି ହୋଇନାହିଁ । ବ୍ଳକର ବଡ଼ମାଛପୁର ସ୍କୁଲ ବନ୍ୟା ଆଶ୍ରୟସ୍ଥଳୀରେ ଚାଲିଥିବା ବେଳେ ଭଗବତୀପୁର କଲ୍ୟାଣ ମଣ୍ଡପରେ ଦୁର୍ଦ୍ଦିନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଅନେକ ସ୍କୁଲ ଗାଁ କୋଠ ଘରେ ଚାଲିଛି । ଆଉ କିଛି ସ୍କୁଲର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ବର୍ଷାଦିନ ଆରମ୍ଭ ହୋଇଥିବାରୁ କାର‌୍ୟ୍ୟରେ ବିଳମ୍ବ ହେଉଛି । ଖୁବଶୀଘ୍ର ସ୍କୁଲ ଗୁଡିକର ମରାମତି କରାଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ ବୋଲି ବିଡିଓ କହିଛନ୍ତି ।

KNews Bureau

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

18 seconds ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

2 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

20 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

45 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

49 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

51 mins ago