Categories: କ୍ରୀଡା

ଆସନ୍ତାକାଲି କମଳା ଓ ନୀଳ ରଙ୍ଗ ମିଶ୍ରିତ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍‌

ଆସନ୍ତାକାଲି ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ । ଭାରତୀୟ ଟିମ୍‌ର ଖେଳାଳି ଆସନ୍ତାକାଲି କମଳା ଓ ନୀଳ ରଙ୍ଗ ମିଶ୍ରିତ ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ । ବିସିସିଆଇ ପକ୍ଷରୁ ଏହି ଜର୍ସିର ଫଟୋ ଜାରି କରାଯାଇଛି । ବିସିସିଆଇ ନିଜ ଅଫିସିଆଲ୍‌ ଟ୍ଵିଟର ଆକାଉଣ୍ଟରେ ଜର୍ସିର ଫଟୋ ଟ୍ଵିଟ୍‌ କରିଛି । ଗତକାଲି ଏହି ନୂଆ ଜର୍ସିର ଉନ୍ମୋଚନ କରାଯାଇଥିଲା । ଏହା ପରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ନୂଆ ଜର୍ସି ପିନ୍ଧି ଫଟୋ ପୋଜ୍‌ ଦେଇଥିଲେ ।

ଆଇସିସି ପକ୍ଷରୁ ଏହାର ଏକ ଭିଡିଓ ଟ୍ଵିଟ୍‌ କରାଯାଇଛି । ଯେଉଁଥିରେ ଖେଳାଳିମାନେ ନୂଆ ଜର୍ସି ସହ ଫଟୋ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି । ଟିମ୍‌ ଇଣ୍ଡିଆ ଦିନିକିଆରେ ବ୍ଲୁ ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥାଏ । ଇଂଲଣ୍ଡ ଟିମ୍‌ର ଜର୍ସି ମଧ୍ୟ ବ୍ଲୁ । ଏଥିପାଇଁ ଆସନ୍ତାକାଲିର ମ୍ୟାଚ୍‌ ପାଇଁ ଯେକୌଣସି ଗୋଟିଏ ଦଳକୁ ଜର୍ସି ବଦଳିବାର ଥିଲା । ଆଇସିସିର ନିୟମ ଅନୁସାରେ କୌଣସି ଗୋଟିଏ ଦଳ ଅଲଗା ରଙ୍ଗର ଜର୍ସି ପିନ୍ଧିବେ । ଟିମ୍‌ ଇଣ୍ଡିଆର ଏହି ନୂଆ ଜର୍ସି ଉନ୍ମୋଚନ ହେବା ପୂର୍ବରୁ ଏହାକୁ ନେଇ ରାଜନୀତି ଦେଖିବାକୁ ମିଳିଥିଲା ।

Sonalisa

Recent Posts

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

58 seconds ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

11 mins ago

ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ…

26 mins ago

ଆମେରିକାର ଓ୍ଵାଟର ପାର୍କରେ ଫୁଟିଲା ଗୁଳି, ୨ ଶିଶୁଙ୍କ ସମେତ ୮ ଜଣ ଆହତ

ଆମେରିକାରେ ପୁଣି ଫୁଟିଲା ଗୁଳି । ମିଶିଗନର ସବୁଠୁ ବଡ଼ ସହର ଡେଟ୍ରୋଇଟ୍ ନିକଟରେ ଥିବା ଏକ ୱାଟର ପାର୍କରେ…

31 mins ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ଗାଁ ଲୋକଙ୍କ କ୍ଷତି ପୂରଣ ଦାବି

ଆଳି(କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତି ପୂରଣ ଦାବିରେ କଟକ-ଚାନ୍ଦବାଲି…

55 mins ago

ବିପଦରେ ଗଜରାଜ, ପାଣି ପିଇବାକୁ ଆସି ନାଳରେ ଫସିଗଲେ ୩ ହାତୀ

ନରସିଂହପୁର : କଟକ ଜିଲ୍ଲା ବଡ଼ମ୍ବା ,ନରସିଂହପୁରରେ ବିଭିନ୍ନ ସମୟ ରେ ବିପଦରେ ଗଜରାଜ ଦେଖିବାକୁ ମିଳିଛି । କେତେବେଳେ…

56 mins ago