ଆସନ୍ତାକାଲି କମଳା ଓ ନୀଳ ରଙ୍ଗ ମିଶ୍ରିତ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍‌

ଆସନ୍ତାକାଲି ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ । ଭାରତୀୟ ଟିମ୍‌ର ଖେଳାଳି ଆସନ୍ତାକାଲି କମଳା ଓ ନୀଳ ରଙ୍ଗ ମିଶ୍ରିତ ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ । ବିସିସିଆଇ ପକ୍ଷରୁ ଏହି ଜର୍ସିର ଫଟୋ ଜାରି କରାଯାଇଛି । ବିସିସିଆଇ ନିଜ ଅଫିସିଆଲ୍‌ ଟ୍ଵିଟର ଆକାଉଣ୍ଟରେ ଜର୍ସିର ଫଟୋ ଟ୍ଵିଟ୍‌ କରିଛି । ଗତକାଲି ଏହି ନୂଆ ଜର୍ସିର ଉନ୍ମୋଚନ କରାଯାଇଥିଲା । ଏହା ପରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ନୂଆ ଜର୍ସି ପିନ୍ଧି ଫଟୋ ପୋଜ୍‌ ଦେଇଥିଲେ ।

virat ଆଇସିସି ପକ୍ଷରୁ ଏହାର ଏକ ଭିଡିଓ ଟ୍ଵିଟ୍‌ କରାଯାଇଛି । ଯେଉଁଥିରେ ଖେଳାଳିମାନେ ନୂଆ ଜର୍ସି ସହ ଫଟୋ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି । ଟିମ୍‌ ଇଣ୍ଡିଆ ଦିନିକିଆରେ ବ୍ଲୁ ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥାଏ । ଇଂଲଣ୍ଡ ଟିମ୍‌ର ଜର୍ସି ମଧ୍ୟ ବ୍ଲୁ । ଏଥିପାଇଁ ଆସନ୍ତାକାଲିର ମ୍ୟାଚ୍‌ ପାଇଁ ଯେକୌଣସି ଗୋଟିଏ ଦଳକୁ ଜର୍ସି ବଦଳିବାର ଥିଲା । ଆଇସିସିର ନିୟମ ଅନୁସାରେ କୌଣସି ଗୋଟିଏ ଦଳ ଅଲଗା ରଙ୍ଗର ଜର୍ସି ପିନ୍ଧିବେ । ଟିମ୍‌ ଇଣ୍ଡିଆର ଏହି ନୂଆ ଜର୍ସି ଉନ୍ମୋଚନ ହେବା ପୂର୍ବରୁ ଏହାକୁ ନେଇ ରାଜନୀତି ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.