ଝାରସୁଗୁଡ଼ା(କେନ୍ୟୁଜ୍): ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ ବା ଓପିଜିସିର ଝାରସୁଗୁଡ଼ା ବନହରପାଲି ଇବ୍ ଥର୍ମାଲ ପ୍ରକଳ୍ପରେ ଘନଉଛି କୋଇଲା ସଙ୍କଟ । ଏକ ମାସ ହେବ କଞ୍ଚାମାଲ ସଙ୍କଟ ଯୋଗୁ ଆଜି ଆଉ ଏକ ୟୁନିଟ୍ ବନ୍ଦ କରାଯିବା ଆଶଙ୍କା ଦେଖାଦେଇଛି। ଗତକାଲି କମ୍ପାନୀ କର୍ତ୍ତୃପକ୍ଷ ଦୁଇ ନମ୍ବର ୟୁନିଟ୍ ବନ୍ଦ କରିଦେଇଥିଲେ । ଓପିଜିସିରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ପ୍ରାୟ ୨୪ ହଜାର ମେଟ୍ରିକ୍ ଟନ୍ କୋଇଲା ଆବଶ୍ୟକ ପଡ଼ିଥାଏ । ଏବେ ମାତ୍ର ୧୪ହଜାର ମେଟ୍ରିକ ଟନ୍ କୋଇଲା ଯୋଗାଯାଉଛି। ଫଳରେ ପ୍ରତିଦିନି ୧୦ହଜାର ମେଟ୍ରିକ ଟନ୍ କୋଇଲା କମ୍ ଆସୁଛି। ଏନେଇ ଓପିଜିସିକୁ କୋଇଲା ଯୋଗାଇ ଦେବାକୁ ଏମ୍ସିଏଲ୍କୁ ଚିଠି ଲେଖାଯାଇଥିଲେ ମଧ୍ୟ ଏମ୍ସିଏଲ୍ ଏଥିପ୍ରତି କୌଣସି ପଦକ୍ଷେପ ନେଇନାହିଁ । ଫଳରେ ବାଧ୍ୟହୋଇ ଓପିଜିସି ତାର ଦୁଇ ନମ୍ବର ୟୁନିଟ୍ ବନ୍ଦ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କୋଇଲା ସଙ୍କଟ ଯୋଗୁ ଆଗାମୀ ଦିନରେ ବାକି ଦୁଇଟି ୟୁନିଟ୍କୁ ବନ୍ଦ କରିପାରେ । ଏହି ୟୁନିଟ୍ ବନ୍ଦ ହେବା ଯୋଗୁ ବିଦ୍ୟୁତ ଉତ୍ପାଦନରେ ବ୍ୟାହତ ହେବ ଓ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେବା ଆଶଙ୍କା ରହିଛି ।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…