Below header

ଓପିଜିସିର ବନହରପାଲି ଇବ୍ ଥର୍ମାଲ ପ୍ରକଳ୍ପରେ ଘନଉଛି କୋଇଲା ସଙ୍କଟ, ଆଜିଠାରୁ ଦୁଇ ନମ୍ବର ୟୁନିଟ୍ ବନ୍ଦ କଲେ କର୍ତ୍ତୃପକ୍ଷ

ଝାରସୁଗୁଡ଼ା(କେନ୍ୟୁଜ୍): ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ ବା ଓପିଜିସିର ଝାରସୁଗୁଡ଼ା ବନହରପାଲି ଇବ୍ ଥର୍ମାଲ ପ୍ରକଳ୍ପରେ ଘନଉଛି କୋଇଲା ସଙ୍କଟ । ଏକ ମାସ ହେବ କଞ୍ଚାମାଲ ସଙ୍କଟ ଯୋଗୁ ଆଜି ଆଉ ଏକ ୟୁନିଟ୍ ବନ୍ଦ କରାଯିବା ଆଶଙ୍କା ଦେଖାଦେଇଛି। ଗତକାଲି କମ୍ପାନୀ କର୍ତ୍ତୃପକ୍ଷ ଦୁଇ ନମ୍ବର ୟୁନିଟ୍ ବନ୍ଦ କରିଦେଇଥିଲେ । ଓପିଜିସିରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ପ୍ରାୟ ୨୪ ହଜାର ମେଟ୍ରିକ୍ ଟନ୍ କୋଇଲା ଆବଶ୍ୟକ ପଡ଼ିଥାଏ । ଏବେ ମାତ୍ର ୧୪ହଜାର ମେଟ୍ରିକ ଟନ୍ କୋଇଲା ଯୋଗାଯାଉଛି। ଫଳରେ ପ୍ରତିଦିନି ୧୦ହଜାର ମେଟ୍ରିକ ଟନ୍ କୋଇଲା କମ୍ ଆସୁଛି। ଏନେଇ ଓପିଜିସିକୁ କୋଇଲା ଯୋଗାଇ ଦେବାକୁ ଏମ୍‌ସିଏଲ୍‌କୁ ଚିଠି ଲେଖାଯାଇଥିଲେ ମଧ୍ୟ ଏମ୍‌ସିଏଲ୍ ଏଥିପ୍ରତି କୌଣସି ପଦକ୍ଷେପ ନେଇନାହିଁ । ଫଳରେ ବାଧ୍ୟହୋଇ ଓପିଜିସି ତାର ଦୁଇ ନମ୍ବର ୟୁନିଟ୍ ବନ୍ଦ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କୋଇଲା ସଙ୍କଟ ଯୋଗୁ ଆଗାମୀ ଦିନରେ ବାକି ଦୁଇଟି ୟୁନିଟ୍‌କୁ ବନ୍ଦ କରିପାରେ । ଏହି ୟୁନିଟ୍ ବନ୍ଦ ହେବା ଯୋଗୁ ବିଦ୍ୟୁତ ଉତ୍ପାଦନରେ ବ୍ୟାହତ ହେବ ଓ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେବା ଆଶଙ୍କା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.