ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ଜାତୀୟ ହକି ଖେଳାଳିଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର: ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ଜଣ ଜାତୀୟ ହକି ଖେଳାଳିଙ୍କ ମୃତ୍ୟୁ ଘଟିଥିବା ସହିତ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ସୂଚନା ମୁତାବକ ଆଜି ସକାଳେ ଏକ କାରରେ ଏହି ଖେଳାଳିମାନେ ଇଟାରସି ରୁ ଧ୍ୟାନଚନ୍ଦ ଟ୍ରଫି ଖେଳିବାକୁ ହୋସଙ୍ଗାବାଦ ଯାଉଥିଲେ । ଏହି ସମୟରେ କାରଟି ସନ୍ତୁଳନ ହରାଇ ଏକ ଗଛରେ ପିଟି ହୋଇଥିଲା । ଯାହାଫଳରେ କାରରେ ଥିବା ୭ଜଣଙ୍କ ଭିତରୁ ଘଟଣାସ୍ଥଳରେ ହିଁ ୪ଜଣ ହକି ଖେଳାଳିଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହି ଘଟଣା ଜାତୀୟ ରାଜପଥ ୬୯ କେସଲ ଗାଁ ନିକଟରେ ଘଟିଥିବା ଜଣାପଡିଛି ।

ଏହାସହ ପଢନ୍ତୁ:

ଉତ୍ତରପ୍ରଦେଶ ମହମ୍ମଦାବାଦ ଅଞ୍ଚଳରେ ଫାଟିଲା ସିଲିଣ୍ଡର: ବିସ୍ଫୋରଣରେ ୧୦ମୃତ, ୩୦ରୁ ଅଧିକ ଆହତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.