ଟାଙ୍ଗୀ: ଏବର୍ଷ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିଲାଣି । ଏଣୁ ହଜାର ହଜାର ମାଇଲ ଦୂରରୁ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ବିଦେଶୀ ଆସି ପହଁଚିଲେଣି ଚିଲିକା ବକ୍ଷକୁ । କିନ୍ତୁ ନିଷ୍ଠୁର ଅର୍ଥ ଲୋଭୀ ପକ୍ଷୀ ଶୀକାରୀ କେଇ ଟଙ୍କା ପାଇଁ ନିରୀହ ପକ୍ଷୀ ମାନଙ୍କୁ ବିଭିନ୍ନ ଉପାୟରେ ଶିକାର କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ବଣ୍ୟ ପ୍ରାଣୀ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମସ୍ତ କଟକଣାକୁ ଫୁ କରି ଆଖିରେ ଧୂଳି ଦେଇ ପକ୍ଷୀ ଶୀକାରୀ ମାନେ ପକ୍ଷୀ ଶିକାରରେ ମାତିଛନ୍ତି ।
ଆଜି ଜଣେ ପକ୍ଷୀ ଶିକାରୀ ଶିକାର କରି ଫେରୁଥିବା ବେଳେ ଟାଙ୍ଗୀ ରେଞ୍ଜ ଭୁଷଣ୍ଡପୁର ସ୍ଥିତ ବାଲିପାଟପୁର ରିଂ ବନ୍ଧ ନିକଟରୁ ଉକ୍ତ ଶୀକାରୀକୁ ଗିରଫ କରିଛନ୍ତି ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ । ତାହା ଠାରୁ ନିକଟରୁ ୩ ଟି ମୃତ ( ନାଇଟ ହିରନ ଦୁଇ ଗୋଟି ଓ ଗଡ଼ ୱାଲ ଏକଟି) ଓ ଗୋଟିଏ ଜୀବିତ ବିଦେଶୀ ପକ୍ଷୀ (ଓସ୍ପାର ପକ୍ଷୀ)କୁ ଜବତ କରିଛନ୍ତି । ଗିରଫ ଶିକାରୀ ହେଲା ସ୍ଥାନୀୟ ଉଜ୍ଜ୍ଵଳା ଗୋପୀନାଥପୁର ଅଞ୍ଚଳର ଜଗନ ପ୍ରଧାନ। କେଶ ନମ୍ବର- ଓ.ଆର. 20/21ରେ ମକଦ୍ଦମା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଟାଙ୍ଗୀ ବନ୍ୟ ପ୍ରାଣୀ ରେଞ୍ଜର ନିନୀ ମୁର୍ମୁ ସୂଚନା ଦେଇଛନ୍ତି ।
ପ୍ରତି ବର୍ଷ ଅବାଧ ପକ୍ଷୀ ଶିକାର ରୋକିବା ପାଇଁ ବନ୍ୟ ପ୍ରାଣୀ ବିଭାଗ ବହୁ ପକ୍ଷୀ ଶିକାରୀଙ୍କ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି । କିନ୍ତୁ ଆଇନର ଗଳା ବାଟ ଦେଇ ବେଶ ଚାଲାଖ ସହକାରେ ଶିକାରୀ ମାନେ ଜେଲରୁ ମୁକୁଳି ଯାଉଛନ୍ତି । ଯାହା ଫଳରେ ନୂଆ ପକ୍ଷୀ ଶିକାରୀ ମାନଙ୍କୁ ଶିକାର କରିବାକୁ ଏହା ପ୍ରେରଣା ଯୋଗାଇ ଆସୁଛି । ଏଣୁ ସରକାର ପକ୍ଷୀ ଶିକାର ଉପରେ ଏକ ସତନ୍ତ୍ର ଆଇନ ଆଣି ଶିକାରୀ ମାନଙ୍କୁ କଡା ସଜା ଦେଲେ, ଏହି ଅପରାଧକୁ ରୋକା ଯାଇପାରନ୍ତା।
ଭୁବନେଶ୍ୱର(କେନ୍ୟୁଜ୍): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…
ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…
ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…
ଭୁବନେଶ୍ୱର(କେନ୍ୟୁଜ୍): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…