ଚିଲିକାରେ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଚଢାଉ: ୩ ମୃତ ଓ ଗୋଟିଏ ଜୀବିତ ବିଦେଶୀ ପକ୍ଷୀ ଜବତ, ଜଣେ ଶିକାରୀ ଗିରଫ

ଟାଙ୍ଗୀ: ଏବର୍ଷ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିଲାଣି । ଏଣୁ ହଜାର ହଜାର ମାଇଲ ଦୂରରୁ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ବିଦେଶୀ ଆସି ପହଁଚିଲେଣି ଚିଲିକା ବକ୍ଷକୁ । କିନ୍ତୁ ନିଷ୍ଠୁର ଅର୍ଥ ଲୋଭୀ ପକ୍ଷୀ ଶୀକାରୀ କେଇ ଟଙ୍କା ପାଇଁ ନିରୀହ ପକ୍ଷୀ ମାନଙ୍କୁ ବିଭିନ୍ନ ଉପାୟରେ ଶିକାର କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ବଣ୍ୟ ପ୍ରାଣୀ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମସ୍ତ କଟକଣାକୁ ଫୁ କରି ଆଖିରେ ଧୂଳି ଦେଇ ପକ୍ଷୀ ଶୀକାରୀ ମାନେ ପକ୍ଷୀ ଶିକାରରେ ମାତିଛନ୍ତି ।

ଆଜି ଜଣେ ପକ୍ଷୀ ଶିକାରୀ ଶିକାର କରି ଫେରୁଥିବା ବେଳେ ଟାଙ୍ଗୀ ରେଞ୍ଜ ଭୁଷଣ୍ଡପୁର ସ୍ଥିତ ବାଲିପାଟପୁର ରିଂ ବନ୍ଧ ନିକଟରୁ ଉକ୍ତ ଶୀକାରୀକୁ ଗିରଫ କରିଛନ୍ତି ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ । ତାହା ଠାରୁ ନିକଟରୁ ୩ ଟି ମୃତ ( ନାଇଟ ହିରନ ଦୁଇ ଗୋଟି ଓ ଗଡ଼ ୱାଲ ଏକଟି) ଓ ଗୋଟିଏ ଜୀବିତ ବିଦେଶୀ ପକ୍ଷୀ (ଓସ୍ପାର ପକ୍ଷୀ)କୁ ଜବତ କରିଛନ୍ତି । ଗିରଫ ଶିକାରୀ ହେଲା ସ୍ଥାନୀୟ ଉଜ୍ଜ୍ଵଳା ଗୋପୀନାଥପୁର ଅଞ୍ଚଳର ଜଗନ ପ୍ରଧାନ। କେଶ ନମ୍ବର- ଓ.ଆର. 20/21ରେ ମକଦ୍ଦମା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଟାଙ୍ଗୀ ବନ୍ୟ ପ୍ରାଣୀ ରେଞ୍ଜର ନିନୀ ମୁର୍ମୁ  ସୂଚନା ଦେଇଛନ୍ତି ।

ପ୍ରତି ବର୍ଷ ଅବାଧ ପକ୍ଷୀ ଶିକାର ରୋକିବା ପାଇଁ ବନ୍ୟ ପ୍ରାଣୀ ବିଭାଗ ବହୁ ପକ୍ଷୀ ଶିକାରୀଙ୍କ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି । କିନ୍ତୁ ଆଇନର ଗଳା ବାଟ ଦେଇ ବେଶ ଚାଲାଖ ସହକାରେ ଶିକାରୀ ମାନେ ଜେଲରୁ ମୁକୁଳି ଯାଉଛନ୍ତି । ଯାହା ଫଳରେ ନୂଆ ପକ୍ଷୀ ଶିକାରୀ ମାନଙ୍କୁ ଶିକାର କରିବାକୁ ଏହା ପ୍ରେରଣା ଯୋଗାଇ ଆସୁଛି ।  ଏଣୁ ସରକାର ପକ୍ଷୀ ଶିକାର ଉପରେ ଏକ ସତନ୍ତ୍ର ଆଇନ ଆଣି ଶିକାରୀ ମାନଙ୍କୁ କଡା ସଜା ଦେଲେ, ଏହି ଅପରାଧକୁ ରୋକା ଯାଇପାରନ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.