ରାଜ୍ୟ

ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ ବନବିଭାଗର କାର୍ଯ୍ୟାନୁଷ୍ଠାନ, ଫରେଷ୍ଟରଙ୍କ ସହ ୩ ଗିରଫ

ମୟୂରଭଞ୍ଜ (କେନ୍ୟୁଜ): ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ଦାୟିତ୍ୱରେ ଥିବା ଫରେଷ୍ଟରଙ୍କ ସହ ୩ଜଣଙ୍କୁ ଗିରଫ କରିଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ଫରେଷ୍ଟର ହେଲେ ଶିବ ଶଙ୍କର ସାମଲ, ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି RCCF । ହାତୀମୃତ୍ୟୁକୁ ନେଇ ଗତକାଲି ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇଥିଲେ PCCF । କଣ ପାଇଁ FIR ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ କୋର୍ଟ ।

ଅନ୍ୟପଟେ ରାଜ୍ୟରେ ହାତୀ ମୃତ୍ୟୁ ରୋକିବା ପାଇଁ ଗଠିତ ଜେଟିଏଫ୍ ବା ଜଏଣ୍ଟ ଟାସ୍କ ଫୋର୍ସ ମୁଖ୍ୟ ତଥା ପିସିସିଏଫ୍ ମନୋଜ ଭି. ନାୟାରଙ୍କୁ ହାଇକୋର୍ଟ ଭର୍ତ୍ସନା କରିଥିଲେ । ଗତ ୭ ତାରିଖରେ ହାତୀ ମୃତ୍ୟୁ ହୋଇଥିବା ବେଳେ ୯ ତାରିଖ ଯାଏ କିପରି ପିସିସିଏଫ୍ ଓ ଜେଟିଏଫ୍ ସଦସ୍ୟମାନେ ଜାଣିପାରିଲେ ନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ । ଗତ ୭ ତାରିଖରେ ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ରେଞ୍ଜରେ ଏକ ବିରାଟ ଦନ୍ତାହାତୀକୁ ମାରି ଦାନ୍ତ କାଟି ନେଇଥିଲେ ଶିକାରୀ । ଆଉ ଅଭିଯୁକ୍ତଙ୍କୁ ଧରିବା ବଦଳରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ବନ କର୍ମଚାରୀ । ମୃତହାତୀକୁ ପୋଡି ତା ଶରୀରକୁ ନଦୀରେ ଭସାଇ ଦେଇଥିଲେ । ଶିମିଳିପାଳ ବନବାସୀ ଏସମ୍ପର୍କରେ ଅଭିଯୋଗ କରିବା ପରେ ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିଥିଲା ।

 

 

 

Barsha

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

27 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

29 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago