ରାଜ୍ୟ

ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟରେ ୩ଯବାନ ସହିଦ, ୬ଜଣ ମାଓବାଦୀ ନିପାତ

ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟରେ ୩ଯବାନ ସହିଦ। ଛତିଶଗଡ଼ ସୁକମା ଓ ବିଜାପୁର ଜିଲ୍ଲା ସୀମାନ୍ତ ଟେକେଲଗୁଡା ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୬ଜଣ ମାଓବାଦୀ ନିପାତ ହୋଇଛନ୍ତି। କୋବ୍ରାର ୨୦୧ ବାଟାଲିଅନ ଓ ସିଆରପିଏଫର ୧୫୦ ବାଟାଲିଅନ ଟେକେଲଗୁଡେମ ଗାଁ ନିକଟରେ ଫରୱାର୍ଡ ଅପରେଟିଂ ବେସ ନିର୍ମାଣ କରୁଥିବା ବେଳେ ମାଓବାଦୀ ମାନେ ଅତର୍କିତ ଗୁଳିମାଡ଼ କରିଥିଲେ।

ଯବାନଙ୍କ ପକ୍ଷରୁ ପାଲଟା ଗୁଳିମାଡ କରାଯାଇଥିଲା। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ କରିଥିବା ଜଣାପଡ଼ିଛି। ଆହତମାନଙ୍କୁ ଏୟାରଲିଫଟ କରି ରାୟପୁରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସୁରକ୍ଷା ବାହିନୀ। ଗତବର୍ଷ ସମାନ ସ୍ଥାନରେ ମାଓ ହମଲା ହୋଇଥିଲା । ଏଥିରେ ୨୩ ଯବାନ ସହିଦ ହୋଇଥିଲେ।

Niharanjan

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

18 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

33 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

48 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

58 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago