ରାଜ୍ୟ

କିମସରେ ବିରଳ ଅସ୍ତ୍ରୋପଚାର, ଛାତିରୁ ବାହାରିଲା ସାଢ଼େ ଚାରିକିଲୋ ଓଜନର ଟ୍ୟୁମର

କିମସରେ ବିରଳ ଅସ୍ତ୍ରୋପଚାର । ଛାତିରୁ ବାହାରିଲା ସାଢ଼େ ଚାରିକିଲୋ ଓଜନର ଟ୍ୟୁମର। ଉନ୍ନତ ଏବଂ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ କିମ୍ ସକୁ ମିଳିଛି ଆଉ ଏକ ସଫଳତା। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ ସେସ-କିମସର ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଅସ୍ତ୍ରୋପଚାର ଜରିଆରେ ଜଣେ ମହିଳାଙ୍କ ଛାତିରୁ ବାହରିଛି ସାଢ଼େ ଚାରି କିଲୋ ଓଜନର ଏକ ଟ୍ୟୁମର। ମହିଳା ଜଣକ ଗତ ଦୁଇ ବର୍ଷ ହେବ ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ କଷ୍ଟ ଭୋଗୁଥିଲେ। ବର୍ଷ ବର୍ଷ ଧରି ଯନ୍ତ୍ରଣା ହେଉଥିଲା।

ଏଥିପାଇଁ ସେ ଅନେକ ହସ୍‍ପିଟାଲରେ ପରାମର୍ଶ କରି କୌଣସି ସୁଫଳ ପାଇନଥିଲେ। ପରେ ସେ କିମ୍ ସ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ପରୀକ୍ଷା ପରେ ତାଙ୍କ ଛାତିରେ ଏକ ବଡ଼ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା ଏବଂ ଅସ୍ତ୍ରୋପଚାର ଦ୍ୱାରା ଏହାକୁ ବାହାର କରାଯାଇପାରିବ ବୋଲି ଡାକ୍ତର ତାଙ୍କୁ ଆଶ୍ୱାସନା ଦେଇଥିଲେ। କିମ୍‍ସ କାର୍ଡିଓଥୋରାସିକ୍ ସର୍ଜରୀର ଆସୋସିଏଟ୍ ପ୍ରଫେସର ଡା. ଚନ୍ଦନ କୁମାର ରାୟ ମହାପାତ୍ର ଓ ଜେନେରାଲ ସର୍ଜରୀର ପ୍ରଫେସର ସୁବ୍ରତ ସାହୁ ଏହି ଅସ୍ତ୍ରୋପଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସର୍ଜିକାଲ ଟିମ୍ ରେ ମେଡିକାଲ ଅନ୍ କୋଲୋଜିର ଆସୋସିଏଟ୍ ପ୍ରଫେସର ଡା. ଯୋଗମାୟା ପଟ୍ଟନାୟକ, କାର୍ଡିଆକ୍ ଆନେସ୍ ସ୍ଥେସିଆ ପରାମର୍ଶଦାତା ଡା. ଅଶୋକ ବଡ଼ମାଳି ଓ ଡା. ଜ୍ଞାନରଞ୍ଜନ ମିଶ୍ର ମଧ୍ୟ ସାମିଲ ଥିଲେ। ସମସ୍ତ ଡାକ୍ତରଙ୍କ ମିଳିତ ପ୍ରୟାସରେ ସବୁଠାରୁ ବଡ଼ ଛାତି ଟ୍ୟୁମରକୁ ସଫଳତାର ସହ ବାହାର କରିବା ସମ୍ଭବ ହୋଇଥିଲା। ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଟ୍ , କିସ୍ ଏବଂ କିମ୍ ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି ଅସ୍ତ୍ରୋପଚାରକୁ ସଫଳତାର ସହ ପରିଚାଳନା କରିଥିବା ଡାକ୍ତରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Niharanjan

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

32 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

46 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago