ରାଜ୍ୟ

କୋଭିଡ୍‌ ଟିକାଦାନ ଦ୍ୱିତୀୟ ଦିନରେ ୩୭୫ଟି କେନ୍ଦ୍ରରେ ୩୦,୧୫୦ ଜଣ ନେଲେ ଟିକା, କାଲି ଓଡ଼ିଶାକୁ ଆସିବ ଦ୍ୱିତୀୟ ପର୍ଯ୍ୟାୟ ଟିକା

କେନ୍ୟୁଜ୍(ବ୍ୟୁରୋ): ଗୋଟିଏ ଦିନର ବ୍ୟବଧାନ ଆଜିଠାରୁ ବ୍ୟାପକ ହୋଇଛି କୋଭିଡ୍‌ ଟିକାଦାନ ଅଭିଯାନ । ଦ୍ୱିତୀୟ ଦିନରେ ୩୭୫ଟି କେନ୍ଦ୍ରରେ ୩୦,୧୫୦ ଜଣଙ୍କୁ ଟିକାକରଣ କରାଯାଇଛି । ଦ୍ୱିତୀୟ ଦିନର ୯୪.୫ ପ୍ରତିଶତ ଟିକାକରଣ ହୋଇଛି। ୩୯ଟି କେନ୍ଦ୍ରରେ ଦିଆଗଲା କୋଭାକ୍ସିନ୍‌ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୬୯୮ଟି ସେସନ୍‌ରେ ୧ ଲକ୍ଷ ୭୮ ହଜାର ସ୍ୱସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ । କେଉଁ ଦିନ କେତେ ସେସନ୍‌ରେ ଟିକାକରଣ ହେବ ତାହା ନିର୍ଦ୍ଧାରଣ କରାଯାଇଛି ।

୧୯ ତାରିଖରେ ୧୯୨ଟି ସେସନ୍‌, ୨୦ ତାରିଖରେ ୯୨ଟି ସେସନ୍‌, ୨୧ ତାରିଖରେ ୪୩୬ଟି ସେସନ୍‌ରେ ଟିକାକରଣ ହେବ । ସେହିପରି ୨୨ ତାରିଖରେ ୧୪୧, ୨୩ରେ ୧୭୮ ଓ ୨୫ ତାରିଖରେ ୨୭୯ଟି ସେସନ୍‌ରେ ଟିକାକରଣ କରାଯିବ । ଯେଉଁମାନେ ଯେଉଁ ଦିନ ଟିକା ନେଇଛନ୍ତି ସେମାନଙ୍କୁ ତାହାର ୨୮ ଦିନ ପରେ ସେକେଣ୍ଡ ଡୋଜ୍‌ ଦିଆଯିବ । ସେଥିପାଇଁ ପର୍ଯ୍ୟାପ୍ତ ଟିକା ରହିଛି । ଦୁଇ ଦିନ ପୂର୍ବରୁ ସେମାନଙ୍କୁ ଏସ୍‌ଏମ୍‌ଏସ୍‌ ପଠାଯିବ। ଆସନ୍ତାକାଲି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ ଟିକା । ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଟିକା ଆସି ପହଞ୍ଚିବ

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago