ଲାଇଫ୍ ଷ୍ଟାଇଲ୍

ଆପଣଙ୍କର ବାଡିରେ ଅଛି ତ ପୋଇ ଶାଗ, ତେବେ ଜାଣିରଖନ୍ତୁ ୫ଟି ବଡ ରୋଗରୁ ରକ୍ଷା ପାଇବେ ଆପଣ

ଭାରତରେ ବିଭିନ୍ନ ପ୍ରକାର ଶାଗ ରହିଛି। ଯାହାକୁ ଆପଣ ନିଜ ଡାଏଟରେ ସାମିଲ୍‌ କରିପାରିବେ। କାହିଁକିନା ଏହି ଶାଗ ବହୁତ ହେଲଦି ହୋଇଥାଏ। ତେବେ ଏହି ସବୁ ଶାଗ ମଧ୍ୟରୁ ଗୋଟିଏ ଶାଗ ଏପରି ଅଛି ଯାହାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ଏପରି ଏକ ଶାଗ ଏହାର ସବୁ ପ୍ରକାର ବ୍ୟଞ୍ଜନ ବହୁତ ଟେଷ୍ଟୀ ହୋଇଥାଏ। ଆମେ ଆପଣଙ୍କୁ କହୁଛୁ ପୋଇ ଶାଗ ବିଷୟରେ। ଏହି ଶାଗ ଦେଖିବାକୁ ଏକମଦ୍‌ ପାଳଙ୍ଗ ଶାଗ ଭଳି। ତେବେ ଏହି ଶାଗର ନିୟମିତ ସେବନ ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ମାତ୍ରାରେ ସୁସ୍ଥ ରଖିପାରିବ। ଏହା ନା କେବଳ ଆପଣଙ୍କ ଆଇରନର ଅଭାବକୁ ପୂରା କରିଥାଏ ବରଂ ଏହାଦ୍ୱାରା ହୃଦୟ ଏବଂ ମସ୍ତିଷ୍କ ଉଭୟ ସୁସ୍ଥ ରହିଥାଏ। ତେଣୁ ଯଦି ଆପଣଙ୍କୁ ସାଗ ଖାଇବା ପସନ୍ଦ ତାହେଲେ ପୋଇ ଶାଗକୁ ନିଜ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ। ତାହେଲେ ଆସନ୍ତୁ ଜାଣିବା ପୋଇ ଶାଗ ଖାଇବାର କଣ କଣ ଫାଇଦା ରହିଛି।

ହୃଦୟକୁ ସୁସ୍ଥ ରଖିଥାଏ

ପୋଇ ସାଗ ଫାଇବର ଭଳି ପୋଷକ ତତ୍ତ୍ୱରେ ଭରପୂର ମାତ୍ରାରେ ରହିଥାଏ। ଏହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲକୁ କମ୍‌ କରିବା ସହିତ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ବ୍ଲଡ ଫ୍ଲୋକୁ ସୁଧାରିଥାଏ। ଏଥିସହିତ ଏହା ହୃଦୟ ସହିତ ଜଡିତ ରୋଗର ଭୟକୁ କମ୍‌ କରିଥାଏ। ସେହିପରି ଏଥିରେ ଥିବା ପୋଟାସିୟମ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ ରଖିଥାଏ।

ଆଇରନର ଅଭାବ ହେବ ପୂରଣ

ଆଇରନ୍ ବ୍ଲଡ଼୍ ସେଲର ଉଚିତ ଉତ୍ପାଦନର ଏକ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ। ଆଇରନ୍ ଅଭାବ ଯୋଗୁଁ ହେମୋଗ୍ଲୋବିନ୍ ଉତ୍ପାଦନ ପ୍ରଭାବିତ ହୋଇଥାଏ ଯେଉଁଥିପାଇଁ ଏନିମିଆ ହେବାର ଆଶଙ୍କା ଥାଏ। ସେହିପରି ପୋଇ ଶାଗ ଆଇରନରେ ଭରପୂର ହୋଇଥାଏ। ଏହାର ସେବନରେ ନା କେବଳ ଆଇରନର ଅଭାବ ପୂରା ହୋଇଥାଏ ବରଂ ଏନିମିଆ ଭଳି ରୋଗରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ।

ହାଡଗଣ୍ଠି ହେବ ମଜବୁତ୍‌

ପୋଇ ଶାଗରେ ମ୍ୟାଗନେସିୟମ୍ ଓ କ୍ୟାଲସିୟମ୍ ଭରପୁର ମାତ୍ରାରେ ରହିଥାଏ। ଏହି ଦୁଇ ପୋଷକ ତତ୍ତ୍ୱ ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ନିୟମିତ ସେବନ କରିବା ଦ୍ୱାରା ଆପଣ ହାଡ ସମ୍ବନ୍ଧୀୟ ସମସ୍ୟା ଦୂର କରିପାରିବେ। ଏହାବ୍ୟତୀତ ଏହା ଭିଟାମିନ୍-ସି ର ଏକ ପ୍ରମୁଖ ସ୍ରୋତ, ଯେଉଁଥିପାଇଁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ବା ଇମ୍ୟୁନିଟୀ ବୁଷ୍ଟ କରିବା ପାଇଁ ବହୁତ ଜରୁରୀ ହୋଇଥାଏ। ରୋଗ ପ୍ରତିରୋଧକ ରୋଗ ସହିତ ଲଢ଼ିବା ପାଇଁ ଏହା ବହୁତ କାରିଗରୀ ସାବ୍ୟସ୍ଥ ହୋଇପାରେ।

ଅନିଦ୍ରା ସମସ୍ୟାକୁ କରନ୍ତୁ ଦୂର

ଯଦି ଆପଣଙ୍କର ରାତିରେ ନିଦ ହେଉନାହିଁ କିମ୍ବା ଅନିଦ୍ରା ସମସ୍ୟା ଥାଏ ତେବେ ପୋଇ ଶାଗ ବହୁତ ଲାଭଦାୟକ ହୋଇପାରେ। ପୋଇ ଶାଗରେ ମ୍ୟାଗନେସିୟମ ଜିଙ୍କର ଗୁଣ ରହିଛି ଯାହା ନିଦ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

ପାଚନ ତନ୍ତ୍ର ରହିବ ତନ୍ଦୁରସ୍ତ

ପୋଇ ଶାଗରେ ଭରପୂର ମାତ୍ରାରେ ଫାଇବର ରହିଛି ଯାହା ପାଚନ ତନ୍ତ୍ରକୁ ମଜବୁତ କରିଥାଏ। ସୁସ୍ଥ ପାଚନ ପ୍ରଣାଳୀ ପାଇଁ ପୋଇ ଶାଗ ସେବନ କରିପାରିବେ। ଏହା ଛଡା ଏହା ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ। ଏହା ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

Pritiparna

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

31 mins ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

45 mins ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

59 mins ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

1 hour ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

1 hour ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

2 hours ago