ରାଜ୍ୟ

ଚାରି ବର୍ଷର କୁନି ଝିଅ ପୂଜା, ଜନ୍ମ ଠାରୁ ଆଜି ଯାଏଁ ବଞ୍ଚିବାକୁ କରୁଛି ସଂଘର୍ଷ

ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ମୋ ନାଁ ପୂଜା, ମୁଁ ଏବେ ଚାରିବର୍ଷର, କିନ୍ତୁ ଚାଲି ପାରୁନି କି ବୁଲିପାରୁନି, ସାଙ୍ଗ ମାନଙ୍କ ସହିତ ଖେଳି ପାରୁନି। ବାପା ମାଆ ମୋ ଅବସ୍ଥା ଦେଖି ବ୍ୟସ୍ତ ହେଉଛନ୍ତି, ମା ତ ମୋ ମୁହଁକୁ ଚାହିଁ ଚାହିଁ ଆଖିରୁ ଲୁହ ଗଡାଉଛି। କିନ୍ତୁ ଏମିତି କେତେଦିନ? ମୁଁ କଣ ଭଲ ହେବନି? ମୁଁ କଣ ଅନ୍ୟ ପିଲାଙ୍କ ଭଳି ହସି ଖେଳି ବୁଲିପାରିବିନି? କେତେ ଦିନ ଏମିତି ବଞ୍ଚିବା ପାଇଁ ସଂଘର୍ଷ କରୁଥିବି? କେବେ କଣ ମୋର ଭଲ ଦିନ ଆସିବନି? ଏ ହେଉଛି ୪ ବର୍ଷ ଝିଅ ପୂଜାର କଥା। ପ୍ରତିଦିନ ନିଜ ଜୀବନ ପାଇଁ କରୁଛି ସଂଘର୍ଷ। ଘର ଦାଣ୍ଡରେ ପଡିରହି ଖାଲି ଜୁଳୁଜୁଳୁ ହୋଇ ସବୁ ଦେଖୁଛି ସିନା ହେଲେ ଚାଲିବୁଲି ପାରୁନି କି କିଛି କହିପାରୁନି।

ଏ ଚିତ୍ର ହେଉଛି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ଗାଁର। ଗାଁର ଅନିଲ ମଳିକଙ୍କ ଝିଅ ପୂଜାା ଦିର୍ଘ ୪ ବର୍ଷ ହେବ ପୂଜା ବିଛଣାରୁ ଉଠିପାରୁନି । ବୟସ ବଢିବା ସହିତ ତାର ଶରୀରରେ କୌଣସି ଉନ୍ନତି ମଧ୍ୟ ଦେଖାଯାଉନିା ଗୋଟିଏ ଯାଗାରେ ପଡି ରହୁଛି, ନା ଉଠି ପାରୁଛି ନା ଆଣ୍ଠେଇ ପାରୁଛି ନା ଚାଲି ପାରୁଛି ନା ବସି ପାରୁଛି ଏଭଳି ସ୍ଥିତିରେ ବାପ ମାଁଙ୍କ ଆଖିରୁ ଲୁହ ଶୁଖୁନି । ଗାଁ ଦାଣ୍ଡରେ ଅନ୍ଯ ପିଲା ମାନେ ଖେଳକୁଦ କରୁଥିବା ବେଳେ ପୂଜାକୁ ୪ବର୍ଷ ହୋଇଥିଲେ ମଧ୍ୟ ଆଣ୍ଠେଇ କି ବସି ପାରୁନି । ଅନ୍ଯପଟେ ପୂଜାର ବାପ ମାଁ ଦିନ ମଜୁରିଆ । ଦିନେ କାମକୁ ଗଲେ ଘରେ ଚୁଲି ଜଳେ ନହେଲେ ଉପାସ । ତଥାପି ନିଜ ଝିଅକୁ ଦିର୍ଘ ଦୁଇ ବର୍ଷ ହେବ କେନ୍ଦ୍ରାପଡା ଡାକ୍ତରଖାନାରୁ କଟକ ଓ ଭୁବନେଶ୍ୱର ଡାକ୍ତରଖାନା ଦୋଉଡି ଦୋଉଡି ନୟାନ୍ତ ହୋଇ ସାରିଲେଣି ଯାହା ସଚିଂତ ଅର୍ଥ ଥିଲା ସବୁ ସରିଲାଣି। ହେଲେ ପୂଜାର ଚିକିତ୍ସାରେ କୌଣସି ସୁଫଳ ମିଳିଲାନି । ଏବେ ଅର୍ଥ ଅଭାବରୁ ବାପାମାଆ ଆଉ ପୂଜାର ଚିକିତ୍ସା କରି ପାରୁନାହାନ୍ତି । ସେଥିପାଇଁ ପୂଜାର ଚିକିତ୍ସା ଖର୍ଚ୍ଚପାଇଁ ସରକାରୀ କିମ୍ବା ବେସରକାରୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତିା

ସାଧାରଣ ଗରିବ ଖଟିଖିଆ ଲୋକଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । କିଭଳି ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ସେନେଇ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ବାଣ୍ଟୁଛନ୍ତି ହେଲେ ସବୁ ପରେବି ଆଜି ୪ ବର୍ଷର କଅଁଳ ଶିଶୁ ପୂଜା ଅଜଣା ରୋଗରେ ପିଡିତ ହୋଇ ନିଜ ଜୀବନ ବଚିଂବା ପାଇଁ ସଙ୍ଘର୍ଷ କରୁଛି । ଅନ୍ଯପଟେ ପୁଜାର ସ୍ୱାସ୍ଥ୍ୟ ଅବସ୍ଥା ମା ପେଟରୁ ହିଁ ଖରାପ ଥିବା କହିଛନ୍ତି ସ୍ଥାନିୟ ବାସିନ୍ଦା । ଅଜଣା ରୋଗରେ ପିଡିତ ଥିବା ପୂଜା ପାଇଁ ଏବେ ସାରା ଗାଁ ଚିନ୍ତାରେ । ଦିନ ରାତି ଗୋଟେ ଯାଗାରେ ପଡି ରହୁଥିବା ପୂଜା ପାଇଁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଗ୍ରାମବାସୀା କିଭଳି ପୂଜା ଉଠି ବସିପାରିବ ଓ ଗାଁ ଦାଣ୍ଡରେ ଚାଲିବ ସେ ନେଇ ଆଶା ରଖିବା ସହ ପୂଜାର ଚିକିତ୍ସା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଆଗକୁ ଆସିବାକୁ ଗ୍ରାମବାସୀ ନିବେଦନ କରିଛନ୍ତିା

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago