Below header

ଚାରି ବର୍ଷର କୁନି ଝିଅ ପୂଜା, ଜନ୍ମ ଠାରୁ ଆଜି ଯାଏଁ ବଞ୍ଚିବାକୁ କରୁଛି ସଂଘର୍ଷ

ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ମୋ ନାଁ ପୂଜା, ମୁଁ ଏବେ ଚାରିବର୍ଷର, କିନ୍ତୁ ଚାଲି ପାରୁନି କି ବୁଲିପାରୁନି, ସାଙ୍ଗ ମାନଙ୍କ ସହିତ ଖେଳି ପାରୁନି। ବାପା ମାଆ ମୋ ଅବସ୍ଥା ଦେଖି ବ୍ୟସ୍ତ ହେଉଛନ୍ତି, ମା ତ ମୋ ମୁହଁକୁ ଚାହିଁ ଚାହିଁ ଆଖିରୁ ଲୁହ ଗଡାଉଛି। କିନ୍ତୁ ଏମିତି କେତେଦିନ? ମୁଁ କଣ ଭଲ ହେବନି? ମୁଁ କଣ ଅନ୍ୟ ପିଲାଙ୍କ ଭଳି ହସି ଖେଳି ବୁଲିପାରିବିନି? କେତେ ଦିନ ଏମିତି ବଞ୍ଚିବା ପାଇଁ ସଂଘର୍ଷ କରୁଥିବି? କେବେ କଣ ମୋର ଭଲ ଦିନ ଆସିବନି? ଏ ହେଉଛି ୪ ବର୍ଷ ଝିଅ ପୂଜାର କଥା। ପ୍ରତିଦିନ ନିଜ ଜୀବନ ପାଇଁ କରୁଛି ସଂଘର୍ଷ। ଘର ଦାଣ୍ଡରେ ପଡିରହି ଖାଲି ଜୁଳୁଜୁଳୁ ହୋଇ ସବୁ ଦେଖୁଛି ସିନା ହେଲେ ଚାଲିବୁଲି ପାରୁନି କି କିଛି କହିପାରୁନି।

girl childଏ ଚିତ୍ର ହେଉଛି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ଗାଁର। ଗାଁର ଅନିଲ ମଳିକଙ୍କ ଝିଅ ପୂଜାା ଦିର୍ଘ ୪ ବର୍ଷ ହେବ ପୂଜା ବିଛଣାରୁ ଉଠିପାରୁନି । ବୟସ ବଢିବା ସହିତ ତାର ଶରୀରରେ କୌଣସି ଉନ୍ନତି ମଧ୍ୟ ଦେଖାଯାଉନିା ଗୋଟିଏ ଯାଗାରେ ପଡି ରହୁଛି, ନା ଉଠି ପାରୁଛି ନା ଆଣ୍ଠେଇ ପାରୁଛି ନା ଚାଲି ପାରୁଛି ନା ବସି ପାରୁଛି ଏଭଳି ସ୍ଥିତିରେ ବାପ ମାଁଙ୍କ ଆଖିରୁ ଲୁହ ଶୁଖୁନି । ଗାଁ ଦାଣ୍ଡରେ ଅନ୍ଯ ପିଲା ମାନେ ଖେଳକୁଦ କରୁଥିବା ବେଳେ ପୂଜାକୁ ୪ବର୍ଷ ହୋଇଥିଲେ ମଧ୍ୟ ଆଣ୍ଠେଇ କି ବସି ପାରୁନି । ଅନ୍ଯପଟେ ପୂଜାର ବାପ ମାଁ ଦିନ ମଜୁରିଆ । ଦିନେ କାମକୁ ଗଲେ ଘରେ ଚୁଲି ଜଳେ ନହେଲେ ଉପାସ । ତଥାପି ନିଜ ଝିଅକୁ ଦିର୍ଘ ଦୁଇ ବର୍ଷ ହେବ କେନ୍ଦ୍ରାପଡା ଡାକ୍ତରଖାନାରୁ କଟକ ଓ ଭୁବନେଶ୍ୱର ଡାକ୍ତରଖାନା ଦୋଉଡି ଦୋଉଡି ନୟାନ୍ତ ହୋଇ ସାରିଲେଣି ଯାହା ସଚିଂତ ଅର୍ଥ ଥିଲା ସବୁ ସରିଲାଣି। ହେଲେ ପୂଜାର ଚିକିତ୍ସାରେ କୌଣସି ସୁଫଳ ମିଳିଲାନି । ଏବେ ଅର୍ଥ ଅଭାବରୁ ବାପାମାଆ ଆଉ ପୂଜାର ଚିକିତ୍ସା କରି ପାରୁନାହାନ୍ତି । ସେଥିପାଇଁ ପୂଜାର ଚିକିତ୍ସା ଖର୍ଚ୍ଚପାଇଁ ସରକାରୀ କିମ୍ବା ବେସରକାରୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତିା

pujaସାଧାରଣ ଗରିବ ଖଟିଖିଆ ଲୋକଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । କିଭଳି ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ସେନେଇ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ବାଣ୍ଟୁଛନ୍ତି ହେଲେ ସବୁ ପରେବି ଆଜି ୪ ବର୍ଷର କଅଁଳ ଶିଶୁ ପୂଜା ଅଜଣା ରୋଗରେ ପିଡିତ ହୋଇ ନିଜ ଜୀବନ ବଚିଂବା ପାଇଁ ସଙ୍ଘର୍ଷ କରୁଛି । ଅନ୍ଯପଟେ ପୁଜାର ସ୍ୱାସ୍ଥ୍ୟ ଅବସ୍ଥା ମା ପେଟରୁ ହିଁ ଖରାପ ଥିବା କହିଛନ୍ତି ସ୍ଥାନିୟ ବାସିନ୍ଦା । ଅଜଣା ରୋଗରେ ପିଡିତ ଥିବା ପୂଜା ପାଇଁ ଏବେ ସାରା ଗାଁ ଚିନ୍ତାରେ । ଦିନ ରାତି ଗୋଟେ ଯାଗାରେ ପଡି ରହୁଥିବା ପୂଜା ପାଇଁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଗ୍ରାମବାସୀା କିଭଳି ପୂଜା ଉଠି ବସିପାରିବ ଓ ଗାଁ ଦାଣ୍ଡରେ ଚାଲିବ ସେ ନେଇ ଆଶା ରଖିବା ସହ ପୂଜାର ଚିକିତ୍ସା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଆଗକୁ ଆସିବାକୁ ଗ୍ରାମବାସୀ ନିବେଦନ କରିଛନ୍ତିା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.