KIIT ଛାତ୍ରୀ ରୁତାପର୍ଣ୍ଣା ପଣ୍ଡାଙ୍କୁ ମିଳିଲା ୨୦୨୧ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର

ଅନ୍ତର୍ଜାତୀୟ ସ୍ତରର ଖ୍ୟାତନାମା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା KIIT ଛାତ୍ରୀ ରୁତାପର୍ଣ୍ଣା ପଣ୍ଡାଙ୍କୁ ୨୦୨୧ ବର୍ଷ ପାଇଁ ସମ୍ମାନଜନକ ୨୯ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁତାପର୍ଣ୍ଣାଙ୍କୁ ନଗଦ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପଦ୍ମଶ୍ରୀ ଦିଲୀପ ତିର୍କୀ, ଅନୁରାଧା ବିଶ୍ୱାଳ ଓ ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବରେ KIITର ଅନ୍ୟ ଜଣେ ଛାତ୍ରୀ ତଥା ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ମଧ୍ୟ ନଗଦ ୫୦,୦୦୦ ଟଙ୍କା ପୁରସ୍କାର ରାଶି ସହିତ ପ୍ରମାଣ ପତ୍ର ଅତିଥିଙ୍କଠାରୁ ଗ୍ରହଣ କରିଥିଲେ।