ନାଇଜରରୁ ୩୧ଜଣ କରୋନା ସଂକ୍ରମିତ ଚିହ୍ନଟ, କ୍ୟାମ୍ପସକୁ ସାନିଟାଇଜ୍‌ କରିବା ସହ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ଯରେ ପୁଣି ଥରେ ସଂକ୍ରମଣ ଗ୍ରାଫ ଉପରମୁହାଁ। ବଢି ଚାଲିଛି ପଜିଟିଭ୍ ସଂଖ୍ଯା। ସୂଚନା ମୁତାବକ ଜଟଣୀ ସ୍ଥିତ ନାଇଜରରୁ ୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହି ସଂକ୍ରମିତଙ୍କ ମଧ୍ୟରେ ୩୦ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜଣେ କର୍ମଚାରୀ ରହିଥିବା ଜଣାପଡିଛି । ସମସ୍ତଙ୍କୁ ଏବେ ଆଇସୋଲେସନ୍‌ରେ ରଖାଯାଇଛି । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଛି । ।

ଅନ୍ଯପଟେ ନାଇଜରରୁ ପଜିଟିଭ୍‌ ଚିହ୍ନଟ ପରେ କ୍ୟାମ୍ପସକୁ ସାନିଟାଇଜ୍‌ କରିବା ସହ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜଟଣୀ ମ୍ୟୁନିସିପାଲିଟି । ଏହି ସମୟରେ ବାହାରର କୌଣସି ବ୍ୟକ୍ତି କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବ ନାହିଁ କି କ୍ୟାମ୍ପସ ଭିତରୁ କେହି ବାହାରକୁ ଆସିପାରିବ ନାହିଁ । ଜଟଣୀ ମ୍ୟୁନିସିପାଲିଟି ପକ୍ଷରୁ ସମସ୍ତ ସବୁଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।