କୁକୁର ସହିତ ଶ୍ୱଶୁର କଲେ ଦୁଷ୍କର୍ମ, ବୋହୂ ଭିଡିଓ କରି ଛାଡ଼ି ଦେଲା ସୋସିଆଲ ମିଡିଆରେ; ତା’ ପରେ କ’ଣ ହେଲା ଆପଣ ବି ଜାଣି ନିଅନ୍ତୁ

ବେଳେବେଳେ ଆମ ସମାଜରେ ଏମିତି ଅନେକ ଘଟଣା ଘଟିଥାଏ, ଯାହାକୁ ନେଇ ସହଜରେ ବିଶ୍ୱାସ କରି ହୁଏନି। ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଏ। ସେ କ’ଣ କରେ, ନିଜେ ବି ଜାଣି ପାରେନି। ଏବେ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଲଜ୍ଜାଜନକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବୃଦ୍ଧ ଏକ କୁକୁର ସହିତ ଦୁଷ୍କର୍ମ କରୁଥିବାର ଦେଖା ଯାଉଛନ୍ତି। ପଶୁପ୍ରେମୀ ସଂଗଠନ ଏହି ଭିଡିଓ ଦେଖି ଗାଜିଆବାଦର ଇନ୍ଦିରାପୁରମ ପୋଲିସ ନିକଟରେ ଏକ ଅଭିଯୋଗ କରିଛନ୍ତି, ଯାହା ପରେ ଗାଜିଆବାଦ ପୋଲିସ ବସୁନ୍ଧରା ଅଞ୍ଚଳରେ ରହୁଥିବା ୬୦ ବର୍ଷୀୟ ଏହି ବୃଦ୍ଧ ବ୍ୟକ୍ତିଙ୍କୁ ଗିରଫ କରି ନେଇଛି।

ବାସ୍ତବରେ, ଭିଡିଓଟି ଅତି ଲଜ୍ଜାଜନକ। ଏଥିରେ ବୃଦ୍ଧ ବ୍ୟକ୍ତି ଜଣକ ମାନବିକତାର ସବୁ ସୀମା ଅତିକ୍ରମ କରି ଏକ କୁକୁର ସହିତ ଖରାପ କାମ କରୁଥିବାର ନଜର ଆସୁଛନ୍ତି। ତେବେ କୁକୁରକୁ ଏଭଳି ଶୋଷଣ କରୁଥିବାର ଭିଡିଓକୁ ବୃଦ୍ଧଙ୍କ ବୋହୂ ରେକର୍ଡ କରି ନେଇଥିଲେ, ଯାହା ପରେ ବୃଦ୍ଧ ଜଣକ ନିଜ ବୋହୂ ସହିତ ମଧ୍ୟ ଝଗଡା ଏବଂ ମାରପିଟ କରିଥିଲେ। ଏପରି କି, ସେ ତାଙ୍କ ମୋବାଇଲ ଫୋନକୁ ବି ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବୃଦ୍ଧ ଓ ତାଙ୍କ ବୋହୂ ମଧ୍ୟରେ ଝଗଡା ହେଉଥିବାର ଦେଖିବାକୁ ମିଳୁଛି। ବୃଦ୍ଧ ଜଣକ ମୋବାଇଲ୍ ଛଡ଼ାଉ ଥିବା ମଧ୍ୟ ଦେଖା ଯାଉଛନ୍ତି। ଏହାପରେ ମହିଳା ଜଣକ ତାଙ୍କ ଶ୍ୱଶୁରଙ୍କର ଏଭଳି ନିଷ୍ଠୁରତା ସମ୍ବନ୍ଧରେ ‘ପିପୁଲ ଫର୍ ଆନିମଲ୍ସ’ ନାମକ ସଂସ୍ଥା ସହ ଜଡିତ ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ।

ବୃଦ୍ଧଙ୍କ ଦ୍ୱାରା କରାଯାଇଥିବା ଖରାପ କାର୍ଯ୍ୟ ସମ୍ପର୍କରେ ମହିଳା ସମ୍ପୃକ୍ତ ସଂସ୍ଥାକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ୬୦ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇ ଦେଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ୬୦ ବର୍ଷୀୟ ବୃଦ୍ଧ ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟ କରିଛନ୍ତି। ଏହି ମାମଲାରେ ଏସପି ସିଟି-୨ ଜ୍ଞାନେନ୍ଦ୍ର କୁମାର ସିଂ କହିଛନ୍ତି, ଭିଡିଓ ଆଧାରରେ କରାଯାଇଥିବା ଅଭିଯୋଗକୁ ଭିତ୍ତି କରି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୭୭ ଅନୁଯାୟୀ ମାମଲା ରୁଜୁ ହୋଇଛି।