ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ଡିଲ୍‌ ବେଳେ ମାଡିବସିଲା STF, ଜଣେ ଗିରଫ

ବରଗଡ(କେନ୍ଯୁଜ୍):  STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବରଗଡ ବନବିଭାଗ ସହାୟତାରେ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରିଛି STF ।

ଗିରଫ ଅଭିଯୁକ୍ତର ନାଁ ଜଗତ ଥେଲା। ବରଗଡ ଜିଲ୍ଲା ଖାନ୍ସୁମେନ୍‌ ଦେବୀ ମନ୍ଦିର ରାସ୍ତାକଡରୁ ଡିଲ୍‌ ବେଳେ ଉଦ୍ଧାର ହୋଇଛି ବଜ୍ରକାପ୍ତା । ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ୨୨ଟି ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୯ଟି ବଜ୍ରକାପ୍ତା ସହ ୧୫କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ବନ୍ୟପ୍ରାଣୀ ଅପରାଧ ମାମଲାରେ ମୋଟ ୫୨ଜଣଙ୍କୁ ଗିରଫ କରିଛି STF।