Categories: ରାଜ୍ୟ

ନାବାଳକ ବାଇକ୍ ଚାଳକଙ୍କ ଉପରେ ୪୨, ୫୦୦ ଟଙ୍କାର ଫାଇନ୍ କାଟିଲା ଭଦ୍ରକ ଆରଟିଓ, ଆଇନ ଅମାନ୍ୟ କରିଥିବାରୁ ଦେବାକୁ ପଡିଲା ମୋଟା ଅଙ୍କର ଜରିମାନା

ଭଦ୍ରକ: ଆଇନ ଅମାନ୍ୟ କରିଥିବାରୁ ନାବାଳକ ବାଇକ୍ ଚାଳକଙ୍କ ଉପରେ ୪୨, ୫୦୦ ଟଙ୍କାର ଫାଇନ୍। ଏହି ଫାଇନ୍ କାଟିଛି ଭଦ୍ରକ ଆରଟିଓ। ଭୁଲ୍ ରୁଟରେ ଯିବା ସହ ଗାଡ଼ିର କୌଣସି କାଗଜପତ୍ର ନ ଥିବାରୁ ଭଦ୍ରକର ଜଣେ ନାବାଳକ ଛାତ୍ରଙ୍କ ଉପରେ ଏହି ଜରିମାନା କଟାଯାଇଛି । ବ୍ୟାପକ ସଚେତନତା ସତ୍ୱେ ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି ପରିବାର ଲୋକେ।

ସୂଚନା ଅନୁଯାୟୀ, ଗତ ୬ ତାରିଖ ଦିନ ଭଦ୍ରକର ଜଣେ କଲେଜ ଛାତ୍ରଙ୍କ ଠାରୁ ଟ୍ରାଫିକ୍ ଆଇନ୍ ଉଲ୍ଲଂଘନ ନେଇ ଜରିମାନା ଆଦାୟ କରିଛି ଆରଟିଓ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ କହରାପୋଖରୀ ଛକ ନିକଟରେ ଗୋଟିଏ ବାଇକରେ ୩ ଜଣ କଲେଜ ଛାତ୍ର ବିନା ହେଲମେଟରେ ରଙ୍ଗ ରୁଟରେ ଗାଡ଼ି ଚଳାଉଥିଲେ ତା ପୁଣି ଦ୍ରୁତ ଗତିରେ । ଫଳରେ ଆରଟିଓ କର୍ମଚାରୀ ସେମାନଙ୍କୁ ଅଟକାଇବା ସହ ସମସ୍ତ କାଗଜ ପତ୍ର ଯାଞ୍ଚ କରିଥିଲେ । ଯାହାପରେ ଜଣାପଡିଥିଲା କି, ଗାଡ଼ିରେ ବସିଥିବା ତିନି ଜଣ ଛାତ୍ର ନାବାଳକ। ଫଳରେ ଟ୍ରାଫିକ୍ ଆଇନ୍ ଉ୍ଲଲଂଘନ କରିଥିବାରୁ ସେମାନଙ୍କ ଉପରେ ଚାଲାଣ କଟାଯାଇଥିଲା।

 

 

KNews Bureau

Recent Posts

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

17 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

29 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

40 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago