Below header

ନାବାଳକ ବାଇକ୍ ଚାଳକଙ୍କ ଉପରେ ୪୨, ୫୦୦ ଟଙ୍କାର ଫାଇନ୍ କାଟିଲା ଭଦ୍ରକ ଆରଟିଓ, ଆଇନ ଅମାନ୍ୟ କରିଥିବାରୁ ଦେବାକୁ ପଡିଲା ମୋଟା ଅଙ୍କର ଜରିମାନା

ଭଦ୍ରକ: ଆଇନ ଅମାନ୍ୟ କରିଥିବାରୁ ନାବାଳକ ବାଇକ୍ ଚାଳକଙ୍କ ଉପରେ ୪୨, ୫୦୦ ଟଙ୍କାର ଫାଇନ୍। ଏହି ଫାଇନ୍ କାଟିଛି ଭଦ୍ରକ ଆରଟିଓ। ଭୁଲ୍ ରୁଟରେ ଯିବା ସହ ଗାଡ଼ିର କୌଣସି କାଗଜପତ୍ର ନ ଥିବାରୁ ଭଦ୍ରକର ଜଣେ ନାବାଳକ ଛାତ୍ରଙ୍କ ଉପରେ ଏହି ଜରିମାନା କଟାଯାଇଛି । ବ୍ୟାପକ ସଚେତନତା ସତ୍ୱେ ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି ପରିବାର ଲୋକେ।

traffic fineସୂଚନା ଅନୁଯାୟୀ, ଗତ ୬ ତାରିଖ ଦିନ ଭଦ୍ରକର ଜଣେ କଲେଜ ଛାତ୍ରଙ୍କ ଠାରୁ ଟ୍ରାଫିକ୍ ଆଇନ୍ ଉଲ୍ଲଂଘନ ନେଇ ଜରିମାନା ଆଦାୟ କରିଛି ଆରଟିଓ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ କହରାପୋଖରୀ ଛକ ନିକଟରେ ଗୋଟିଏ ବାଇକରେ ୩ ଜଣ କଲେଜ ଛାତ୍ର ବିନା ହେଲମେଟରେ ରଙ୍ଗ ରୁଟରେ ଗାଡ଼ି ଚଳାଉଥିଲେ ତା ପୁଣି ଦ୍ରୁତ ଗତିରେ । ଫଳରେ ଆରଟିଓ କର୍ମଚାରୀ ସେମାନଙ୍କୁ ଅଟକାଇବା ସହ ସମସ୍ତ କାଗଜ ପତ୍ର ଯାଞ୍ଚ କରିଥିଲେ । ଯାହାପରେ ଜଣାପଡିଥିଲା କି, ଗାଡ଼ିରେ ବସିଥିବା ତିନି ଜଣ ଛାତ୍ର ନାବାଳକ। ଫଳରେ ଟ୍ରାଫିକ୍ ଆଇନ୍ ଉ୍ଲଲଂଘନ କରିଥିବାରୁ ସେମାନଙ୍କ ଉପରେ ଚାଲାଣ କଟାଯାଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.