ରାଜ୍ୟ

ଧରାପଡିଲେ ସରକାରୀ ଅଫିସରୁ ଚୋରି କରୁଥିବା ଡକାୟତ ଗ୍ୟାଙ୍ଗ: ୫ ଜଣକୁ ଗିରଫ କଲା ସୁନ୍ଦରଗଡ଼ ପୋଲିସ

ସୁନ୍ଦରଗଡ଼(କେନ୍ୟୁଜ୍):ପୋଲିସ କବଜାରେ ସ୍କୁଲ ଓ ବିଭିନ୍ନ ସରକାରୀ ଅଫିସରେ ଚୋରି କରୁଥିବା ଡକାୟତ ଗ୍ୟାଙ୍ଗ। ୫ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ସୁନ୍ଦରଗଡ଼ ଥାନା ପୋଲିସ। ସେମାନଙ୍କ ଠାରୁ ୩ଟି ଗାଡ଼ି ସହ ବହୁ ବୈୁଦ୍ୟତିକ ସାମଗ୍ରୀ ଜବତ କରାଯାଇଛି। ୨ବର୍ଷ ଧରି ସୁନ୍ଦରଗଡ଼ ସଦର, ଧୁରୁଆଡିହି, ଭଷ୍ମା, ତଳସରା, କିଞ୍ଜିରକେଲା ଥାନା ଅଞ୍ଚଳରେବିଭିନ୍ନ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ ପଞ୍ଚାୟତ କାର୍ଯ୍ୟାଳୟରୁ ସ୍ମାର୍ଟ ଟିଭି, ଇନଭର୍ଟର, ପାଣି ପମ୍ପ, ଗ୍ୟାସ ସିଲିଣ୍ଡର ଆଦି ଚୋରୀ କରିଥିଲେ ।

ପୋଲିସକୁ ଚକମା ଦେଇ ଅତ୍ୟାଧୁନିକ କଟର ସାହାଯ୍ୟରେ ତାଲା କାଟି ଲୁଟୁଥିଲେ । ଅତ୍ୟାଧୁନିକ କଟରରେ ତାଲାକୁ କାଟିବା ପରେ ସେଠାରେ କୌଣସି ପ୍ରକାରର ପ୍ରମାଣ ଛାଡୁନଥିଲେ । ଫଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପାଇଁ ଏହା ଏକ ଚ୍ୟାଲେଂଜ ପାଲଟିଥିଲା ।

ବିଦ୍ୟାଳୟରେ ଲାଗିଥିବା ସ୍ମାର୍ଟ ଟିଭି ଯାହାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ତାକୁ ଏମାନେ ଚୋରି କରିବା ପରେ ୧୦ରୁ ୧୫ ହଜାର ଟଙ୍କାରେ ବିକି ଦେଉଥିଲେ । ସେହିପରି ସମସ୍ତ ଚୋରୀ ସାମଗ୍ରୀକୁ କମ ଦାମରେ ବିକୁଥିଲେ । ଏହି ଘଟଣାରେ ପୋଲିସ ୪ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ଚୋରୀ ଜିନିଷ କିଣିବା ଅଭିଯୋଗରେ ଜଗତସିଂପୁର କୁଜଙ୍ଗରେ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନିଟରୁ ୩ଟି ସ୍ମାର୍ଟ ଟିଭି, ୧୬ଟି ଇନଭର୍ଟର ବ୍ୟାଟେରୀ, ୩ଟି ଫ୍ୟାନ, ୭ଟି ଏଲପିଜି ସିଲିଣ୍ଡର, ୭ଟି କାନ୍ଥପଙ୍ଖା ଓ ଟାଟା ମେଜିକ, ବୋଲେରୋ ଏବଂ ଗୋଟେ ଦୁଇ ଚକିଆ ଗାଡି ଜବତ ହୋଇଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ।

Sasmita

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

53 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago