ଟେକ୍

ନିଆଁକୁ ଲିଭାଇବ ଫାୟାର ସେଫଟି ବଲ, ଜାଣନ୍ତୁ କିପରି କରିବେ ବ୍ୟବହାର

ଘର ହେଉ ବା ହୋଟେଲ କିମ୍ବା କୌଣସି ବିଲ୍ଡିଂ, ଯଦି କେଉଁଠାରେ ନିଆଁ ଲାଗିଯାଏ ତେବେ ଅନେକ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ଥାଏ । ଏଭଳି ସମସ୍ୟାରୁ ତୁରନ୍ତ ବଞ୍ଚିବା ପାଇଁ ଅନେକ ସ୍ଥାନରେ fire extinguisher ଲଗାଯାଇଥାଏ । କିନ୍ତୁ ସାଧାରଣତଃ ଏହାକୁ ଘରେ ରଖାଯାଏ ନାହିଁ । ଯେଉଁଠାରେ ଏହାକୁ ରଖାଯାଇଥାଏ, ସେଠାରେ ମଧ୍ୟ ଏହାର ବ୍ୟବହାର ଅନେକ ଲୋକଙ୍କୁ ଜଣା ନଥାଏ । ଏପରିସ୍ଥିତିରେ ଆମେ ଆପଣଙ୍କୁ ନିଆଁରୁ ବଞ୍ଚିବା ପାଇଁ ଏକ ସରଳ ସମାଧାନ ବିଷୟରେ ଜଣାଇବୁ ।

ହୋଟେଲ ଏବଂ ଅଫିସମାନଙ୍କରେ fire extinguisher ଲଗାଯାଇଥାଏ । କିନ୍ତୁ ଘରେ ଏହାକୁ ଲଗାଯାଇ ନଥାଏ । ତେବେ ହଠାତ ଘରେ ଯଦି ନିଆଁ ଲାଗିଯାଏ ଆପଣ କଣ କରିବେ । ଏଭଳି ସମସ୍ୟାରୁ ବଞ୍ଚିବା ପାଇଁ ଆପଣ ଏକ ଛୋଟ ବଲର ବ୍ୟବହାର କରିପାରିବେ । ଏହି ବଲଟି ସାଧାରଣ ବଲ ପରି ନୁହଁ । ଏହି ବଲରେ ଆପଣ ଘରେ ଲାଗିଥିବା ନିଆଁକୁ ଲିଭାଇ ପାରିବେ । ଆପଣଙ୍କୁ ହୁଏତ କଥାଟି ବିଶ୍ୱାସ ହେଉନଥିବ । ବିଶ୍ୱାସ ହେଉନଥିଲେ ବି ଏହା ସତ । ଫାୟାର ସେଫଟି ବଲ ଦ୍ୱାରା ଏପରି କରିବା ସମ୍ଭବ । ଏହି ବଲକୁ ଅତି ସହଜରେ ଚଲାଇ ପାରିବେ ଏବଂ ଏହାର ମୂଲ୍ୟ ମଧ୍ୟ ଅଧିକ ନୁହଁ ।

ଆପଣ ବର୍ତ୍ତମାନ ଚାହିଁଲେ ଆମାଜନରୁ Sense Safety Fire Extinguisher Ballକୁ କିଣି ପାରିବେ । ଏହା ଏପରି ଏକ ବଲ ଯାହା ନିଆଁକୁ ସେନ୍ସ କରି ୩ରୁ ୧୦ ସେକେଣ୍ଡ ମଧ୍ୟରେ ବ୍ଲାଷ୍ଟ ହୋଇଯାଏ । ଏହାକୁ ରଖିବା ପାଇଁ କୌଣସି ପ୍ରକାର ଯତ୍ନର ଆବଶ୍ୟକତା ନାହିଁ । ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ରଖା ଯାଇପାରିବ । ଏହାକୁ ଚଲେଇବା ମଧ୍ୟ ବହୁତ ସହଜ, ଯାହା ଦ୍ୱାରା ଏହାକୁ ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ଯେ କେହି ବି ଚଲାଇ ପାରିବେ ।

ଏହି ବଲର ଖାସ କଥା ହେଉଛି ଏହାକୁ ଅପରେଟ କରିବା ପାଇଁ ନିଆଁ ପାଖକୁ ଯିବାର ଆବଶ୍ୟକତା ନାହିଁ । ଏହା ଭିତରେ ରହିଥିବା ସାମଗ୍ରୀ ମାନବ ଏବଂ ପରିବେଶ ପାଇଁ ଅନୁକୂଳ ହୋଇଥାଏ । ଏହି ୫.୮ ଇଞ୍ଚ ବଲର ଓଜନ ୧.୩ କିଲୋଗ୍ରାମ ।

ଏହାକୁ ନିଆଁ ଲାଗିଥିବା ସ୍ଥାନରେ ଫୋପାଡ଼ି ହେବ କିମ୍ବା ନିଆଁ ଯେଉଁ ସ୍ଥାନରେ ଲାଗିବାର ସମ୍ଭାବନା ଥିବ ସେହି ସ୍ଥାନରେ ଇନଷ୍ଟଲ କରାଯାଇ ପାରିବ । ଏହା ଦ୍ୱାରା ନିଆଁକୁ ବ୍ୟାପିବାରୁ ରୋକା ଯାଇପାରିବ । ତେବେ ଜାଣି ରଖନ୍ତୁ ନିଆଁ ଭଳି ବଡ଼ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଏହି ପ୍ରଡକ୍ଟକୁ କିଣିବା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ଉପରେ ନିର୍ଭର କରେ । ଏହି ପ୍ରଡକ୍ଟ ଦ୍ୱାରା ନିଆଁକୁ ବ୍ୟାପିବାରୁ ରଖାଯାଇ ପାରିବ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

19 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago