ରାଜ୍ୟ

ଟନେଲ ତଳେ ଫସିରହିଛନ୍ତି ୫ ଓଡ଼ିଆ ଶ୍ରମିକ, ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ଟନେଲ୍ ଧ୍ବଂସାବଶେଷ ତଳେ ଫସିଥିବା ଶ୍ରମିକଙ୍କ ଭିତରେ ଅଛନ୍ତି ଓଡ଼ିଶାର ୫ଜଣ। ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୩ଜଣ, ନବରଙ୍ଗପୁର ଜଣେ ଓ ଅନ୍ୟ ଜଣେ ଶଙ୍କର୍ଷଣପୁରର। ଆଶା ଆଶଙ୍କାରେ ଅଛନ୍ତି ୫ ଓଡ଼ିଆଙ୍କ ପରିବାର ଲୋକ । ସୁରକ୍ଷିତ ଉଦ୍ଧାରକୁ ଅନାଇ ବସିଛନ୍ତି । ଟନେଲର ଫସିଥିବା ୫ ଓଡ଼ିଆ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼କଦମ କୁଲଡିହା ଗାଁରେ ରାଜୁ ନାଏକ, ବାଙ୍ଗିରିପୋଷି ବ୍ଲକ ବେଢାକୁର ଗାଁର ଧୀରେନ୍ ନାଏକ, ଯୋଗୀବନ୍ଧ ଗାଁର ବିଶେଶ୍ବର ନାଏକ । ସେହିପରି ଶଙ୍କର୍ଷଣପୁରର ତପନ ମଣ୍ଡଳ ଓ ନବରଙ୍ଗପୁରର ଭଗବାନ ବତ୍ରା ଟନେଲ ତଳେ ଫସିଛନ୍ତି ।

ତେବେ ୫ ଜଣ ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ୫ ଶ୍ରମିକଙ୍କ ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରକ୍ଷିତ ଉଦ୍ଧାର ଉପରେ ଗୁରୁତ୍ବ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ଶ୍ରମ ବିଭାଗ ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ବି ରହିଛନ୍ତି। ଏନେଇ ରାଜ୍ୟ ସରକାର ଜାତୀୟ ରାଜପଥ ପ୍ରାଧିକରଣ ଓ ଉତ୍ତରାଖଣ୍ଡ ସରକାରଙ୍କ ସହ ନିରନ୍ତର ଭାବେ ଯୋଗଯୋଗ ରକ୍ଷା କରୁଛନ୍ତି । ଏଥିସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଏ ନେଇ କଥାବାର୍ତ୍ତା କରିଛନ୍ତି ।

 

 

Barsha

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

8 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

25 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

57 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

59 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago