ଟେକ୍

ଲଞ୍ଚ ହେଲା Vivo X100 ସିରିଜ୍, ଜାଣନ୍ତୁ ଦାମ ଏବଂ ଫିଚର୍ସ

Vivo କମ୍ପାନୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ Vivo X100 ସିରିଜ୍ ଲଞ୍ଚ କରିଛି । ଲାଟେଷ୍ଟ ସିରିଜ୍ ଅଧୀନରେ ଦୁଇଟି ହ୍ୟାଣ୍ଡସେଟ୍ –Vivo X100 ଏବଂ Vivo X100 Pro ଲଞ୍ଚ କରାଯାଇଛି । ଏହି ସିରିଜର ସବୁଠାରୁ ବଡ ଫିଚର ହେଉଛି ଏହାର ଚିପସେଟ । ଏହା ହେଉଛି ଦୁନିଆର ପ୍ରଥମ ଫୋନ, ଯେଉଁଥିରେ ମିଡିଆଟେକ ଡାଇମେନସିଟି ୯୩୦୦ ଚିପସେଟକୁ ସପୋର୍ଟ ଦିଆଯାଇଛି । ତେବେ ଆସନ୍ତୁ ଏହାର ଦାମ୍‌ ସହିତ ଏହାର ସ୍ପେସିଫିକେସନ୍‌ ଉପରେ ନଜର ପକାଇବା ।

Vivoର ନୂଆ ସିରିଜ୍ ଅନେକ ଦମଦାର ଫିଚର ସହିତ ଲଞ୍ଚ କରାଯାଇଛି । ଏଥିରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍, ଷ୍ଟୋରେଜ୍ ଅପ୍ସନ୍ ଏବଂ କଲର ଭାରିଆଣ୍ଟସ୍‌ ମିଳିବ । Vivo X100 ଏବଂ Vivo X100 Pro ମଧ୍ୟରେ ଅଧିକ କିଛି ଫରକ ନାହିଁ । ବିଶେଷକରି ଲୁକ୍ ଏବଂ କଲରକୁ ଦେଖିଲେ ଏହି ସ୍ମାର୍ଟଫୋନ୍ ସମାନ ଦେଖାଯିବ । ଏହି ସ୍ମାଟଫୋନ ବ୍ଲାକ୍‌, ଅରେଞ୍ଜ, ବ୍ଲୁ ଏବଂ ହ୍ଵାଇଟ୍‌ କଲର ଅପ୍ସନରେ ମିଳିବ । ତେବେ ଆସନ୍ତୁ ଏହାର ସ୍ପେସିଫିକେସନ୍‌ ବିଷୟରେ ଜାଣିବା ।

Vivo X100 ସିରିଜର ସ୍ପେସିଫିକେସନ ଏବଂ ଦାମ୍‌ :
ଡିସପ୍ଲେ : ଦୁଇଟି ସ୍ମାର୍ଟଫୋନ୍ ୬.୭୮ ଇଞ୍ଚର ୧୨୦Hz LTPO AMOLED ଡିସପ୍ଲେ ସହିତ ଆସିଥାଏ । ଏଥିରେ 2800x1260pର ରିଜୋଲ୍ୟୁସନ, ୩୦୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ଭଳି ଫିଚର୍ସ ମିଳିବ ।

ପ୍ରୋସେସର : ଉଭୟ ମଡେଲ୍ସରେ ମିଡିଆଟେକ ଡାଇମେନସିଟି ୯୩୦୦ ଚିପସେଟ ର ସପୋର୍ଟ ମିଳିବ । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 14 ବେସଡ୍‌ OriginOS 4 OS ରେ ଚାଲିଥାଏ ।

କ୍ୟାମେରା : Vivo X100 ରେ ୫୦MP + ୫୦MP + ୬୪ MP ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ଅନ୍ୟପଟେ Vivo X100 Proରେ ୫୦MPର ୧ ଇଞ୍ଚର ମେନ୍‌ କ୍ୟାମେରା, ୫୦MP 4.3X ପେରିସ୍କୋପ୍ ଟେଲିଫୋଟୋ ଏବଂ ୫୦ M ଅଲଟ୍ରାୱାଇଡ୍ କ୍ୟାମେରା ମିଳିବ । ଏହି ଦୁଇଟି ଫୋନ ୧୦୦X ଡିଜିଟାଲ୍ ଜୁମ୍ କୁ ସପୋର୍ଟ କରେ । ଏଥିରେ ୩୨MPର ସେଲଫି କ୍ୟାମେରା ମଧ୍ୟ ମିଳିବ ।

ବ୍ୟାଟେରୀ : Vivo X100ରେ ୫୦୦୦mAh ବ୍ୟାଟେରୀ ରହି ଥିବାବେଳେ X100 Proରେ ୫,୪୦୦mAh ବ୍ୟାଟେରୀ ମିଳିବ । Vivo X100 ୧୨୦W ତାରଯୁକ୍ତ ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ ଏବଂ Vivo X100 Pro ୧୦୦W ତାରଯୁକ୍ତ ଚାର୍ଜିଂ ବ୍ୟତୀତ ୫୦W ଫାଷ୍ଟ ଓ୍ଵାୟରଲେସ୍‌ ଚାର୍ଜିଂ ଆସିବ ।

ଦାମ୍‌: ଏହି ସ୍ମାର୍ଟଫୋନ୍ ଚୀନରେ ଲଞ୍ଚ କରାଯାଇଛି । Vivo X100 (୧୨ GB / ୨୫୬ GB) ର ଦାମ୍‌ ହେଉଛି ୩,୯୯୯ ୟୁଆନ୍ ଅର୍ଥାତ ଭାରତୀୟ ମୂଲ୍ୟରେ ପ୍ରାୟ ୪୫,୬୭୫ ଟଙ୍କା । ଅନ୍ୟପଟେ Vivo X100 Pro (୧୨GB / ୨୫୬ GB) ର ଦାମ୍‌ ହେଉଛି ୪,୯୯୯ ୟୁଆନ୍ ଅର୍ଥାତ ଭାରତୀୟ ମୂଲ୍ୟରେ ପ୍ରାୟ ୫୭,୦୯୭ ଟଙ୍କା ।

 

Subhalaxmi Das

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

11 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

19 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

35 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago