ଲଞ୍ଚ ହେଲା Vivo X100 ସିରିଜ୍, ଜାଣନ୍ତୁ ଦାମ ଏବଂ ଫିଚର୍ସ
Vivoର ନୂଆ ସିରିଜ୍ ଅନେକ ଦମଦାର ଫିଚର ସହିତ ଲଞ୍ଚ କରାଯାଇଛି । ଏଥିରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍, ଷ୍ଟୋରେଜ୍ ଅପ୍ସନ୍ ଏବଂ କଲର ଭାରିଆଣ୍ଟସ୍ ମିଳିବ । Vivo X100 ଏବଂ Vivo X100 Pro ମଧ୍ୟରେ ଅଧିକ କିଛି ଫରକ ନାହିଁ ।

Vivo କମ୍ପାନୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ Vivo X100 ସିରିଜ୍ ଲଞ୍ଚ କରିଛି । ଲାଟେଷ୍ଟ ସିରିଜ୍ ଅଧୀନରେ ଦୁଇଟି ହ୍ୟାଣ୍ଡସେଟ୍ –Vivo X100 ଏବଂ Vivo X100 Pro ଲଞ୍ଚ କରାଯାଇଛି । ଏହି ସିରିଜର ସବୁଠାରୁ ବଡ ଫିଚର ହେଉଛି ଏହାର ଚିପସେଟ । ଏହା ହେଉଛି ଦୁନିଆର ପ୍ରଥମ ଫୋନ, ଯେଉଁଥିରେ ମିଡିଆଟେକ ଡାଇମେନସିଟି ୯୩୦୦ ଚିପସେଟକୁ ସପୋର୍ଟ ଦିଆଯାଇଛି । ତେବେ ଆସନ୍ତୁ ଏହାର ଦାମ୍ ସହିତ ଏହାର ସ୍ପେସିଫିକେସନ୍ ଉପରେ ନଜର ପକାଇବା ।
Vivoର ନୂଆ ସିରିଜ୍ ଅନେକ ଦମଦାର ଫିଚର ସହିତ ଲଞ୍ଚ କରାଯାଇଛି । ଏଥିରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍, ଷ୍ଟୋରେଜ୍ ଅପ୍ସନ୍ ଏବଂ କଲର ଭାରିଆଣ୍ଟସ୍ ମିଳିବ । Vivo X100 ଏବଂ Vivo X100 Pro ମଧ୍ୟରେ ଅଧିକ କିଛି ଫରକ ନାହିଁ । ବିଶେଷକରି ଲୁକ୍ ଏବଂ କଲରକୁ ଦେଖିଲେ ଏହି ସ୍ମାର୍ଟଫୋନ୍ ସମାନ ଦେଖାଯିବ । ଏହି ସ୍ମାଟଫୋନ ବ୍ଲାକ୍, ଅରେଞ୍ଜ, ବ୍ଲୁ ଏବଂ ହ୍ଵାଇଟ୍ କଲର ଅପ୍ସନରେ ମିଳିବ । ତେବେ ଆସନ୍ତୁ ଏହାର ସ୍ପେସିଫିକେସନ୍ ବିଷୟରେ ଜାଣିବା ।
Vivo X100 ସିରିଜର ସ୍ପେସିଫିକେସନ ଏବଂ ଦାମ୍ :
ଡିସପ୍ଲେ : ଦୁଇଟି ସ୍ମାର୍ଟଫୋନ୍ ୬.୭୮ ଇଞ୍ଚର ୧୨୦Hz LTPO AMOLED ଡିସପ୍ଲେ ସହିତ ଆସିଥାଏ । ଏଥିରେ 2800x1260pର ରିଜୋଲ୍ୟୁସନ, ୩୦୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ଭଳି ଫିଚର୍ସ ମିଳିବ ।
ପ୍ରୋସେସର : ଉଭୟ ମଡେଲ୍ସରେ ମିଡିଆଟେକ ଡାଇମେନସିଟି ୯୩୦୦ ଚିପସେଟ ର ସପୋର୍ଟ ମିଳିବ । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 14 ବେସଡ୍ OriginOS 4 OS ରେ ଚାଲିଥାଏ ।
କ୍ୟାମେରା : Vivo X100 ରେ ୫୦MP + ୫୦MP + ୬୪ MP ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ଅନ୍ୟପଟେ Vivo X100 Proରେ ୫୦MPର ୧ ଇଞ୍ଚର ମେନ୍ କ୍ୟାମେରା, ୫୦MP 4.3X ପେରିସ୍କୋପ୍ ଟେଲିଫୋଟୋ ଏବଂ ୫୦ M ଅଲଟ୍ରାୱାଇଡ୍ କ୍ୟାମେରା ମିଳିବ । ଏହି ଦୁଇଟି ଫୋନ ୧୦୦X ଡିଜିଟାଲ୍ ଜୁମ୍ କୁ ସପୋର୍ଟ କରେ । ଏଥିରେ ୩୨MPର ସେଲଫି କ୍ୟାମେରା ମଧ୍ୟ ମିଳିବ ।
ବ୍ୟାଟେରୀ : Vivo X100ରେ ୫୦୦୦mAh ବ୍ୟାଟେରୀ ରହି ଥିବାବେଳେ X100 Proରେ ୫,୪୦୦mAh ବ୍ୟାଟେରୀ ମିଳିବ । Vivo X100 ୧୨୦W ତାରଯୁକ୍ତ ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ ଏବଂ Vivo X100 Pro ୧୦୦W ତାରଯୁକ୍ତ ଚାର୍ଜିଂ ବ୍ୟତୀତ ୫୦W ଫାଷ୍ଟ ଓ୍ଵାୟରଲେସ୍ ଚାର୍ଜିଂ ଆସିବ ।
ଦାମ୍: ଏହି ସ୍ମାର୍ଟଫୋନ୍ ଚୀନରେ ଲଞ୍ଚ କରାଯାଇଛି । Vivo X100 (୧୨ GB / ୨୫୬ GB) ର ଦାମ୍ ହେଉଛି ୩,୯୯୯ ୟୁଆନ୍ ଅର୍ଥାତ ଭାରତୀୟ ମୂଲ୍ୟରେ ପ୍ରାୟ ୪୫,୬୭୫ ଟଙ୍କା । ଅନ୍ୟପଟେ Vivo X100 Pro (୧୨GB / ୨୫୬ GB) ର ଦାମ୍ ହେଉଛି ୪,୯୯୯ ୟୁଆନ୍ ଅର୍ଥାତ ଭାରତୀୟ ମୂଲ୍ୟରେ ପ୍ରାୟ ୫୭,୦୯୭ ଟଙ୍କା ।